ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ । ଭୁବନେଶ୍ୱର ଜେଏମଏଫସି-୩ରେ ଜାମିନ ଆବେଦନ ଖାରଜ ।ଅକ୍ଷୟ ପରିଜାଙ୍କ ୩ କୋଟି ବ୍ଲାକ ମେଲିଂ ମାମଲାରେ ଖାରଜ ।
ସୂଚନା ମୁତାବକ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦିନକୁ ଦିନ ନୂଆ ମାମଲା ଆସୁଛି । ଏହା ସହିତ ଜଣେ ପରେ ଜଣେ ସମ୍ପୃକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ଆଗରୁ ଦୁଇ ଥର ସିନେ ପ୍ରଯୋଜକ ଅକ୍ଷୟ ପରିଜା ଇଡରେ ହାଜର ହୋଇଥିବା ବେଳେ ଗତକାଲି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ମଧ୍ୟ ଇଡି ଅଫିସରେ ହାଜର ହୋଇଥିଲେ ।ଇଡି ଅଫିସରେ ହାଜର ହେବା ପାଇଁ ପ୍ରମୋଦଙ୍କୁ ପୂର୍ବରୁ ସମନ ପଠାଯାଇଥିଲା । ଯାହାଫଳରେ ସେ କାଲି ଇଡିରେ ହାଜର ହୋଇଥିଲେ ।
ଇଡିର ତଦନ୍ତ ଅନୁଯାୟୀ, ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କ ଘରେ ପ୍ରଥମେ ଅର୍ଚ୍ଚନା ଭଡାରେ ରହୁଥିଲେ । ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଓ ଅମୀୟକାନ୍ତଙ୍କ ଭଳି ବହୁ ପ୍ରଭାବଶାଳୀଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି ।