27.1 C
Bhubaneswar
Monday, November 18, 2024
Homeଅପରାଧପଶ୍ଚିମବଙ୍ଗ ଏସ୍‌ଟିଏଫ୍ ଜାଲରେ ନିଶାମାଫିଆ : ୬୫କୋଟିର ହେରୋଇନ୍ ଜବତ

ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ଜାଲରେ ନିଶାମାଫିଆ : ୬୫କୋଟିର ହେରୋଇନ୍ ଜବତ

ଭୁବନେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ନିଶା କାରବାର କରୁଥିବା ଏକ ଆନ୍ତଃରାଜ୍ୟ ନିଶାରାକେଟ୍ ଠାବ ହୋଇଛି । ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ୩ଦିନ ସ୍ୱତନ୍ତ୍ର ଅପରେସନ୍ କରି ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୩କିଲୋ ହେରୋଇନ୍ ଜବତ ହୋଇଛି; ଯାହାର ବଜାର ମୂଲ୍ୟ ୬୫କୋଟି ଟଙ୍କା ହେବ । ଏମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ହୋଇଥିବାବେଳେ ଦୁଇଜଣ ପଶ୍ଚିମବଙ୍ଗ ଓ ଅନ୍ୟ ଦୁଇଜଣ ମଣିପୁରର ବୋଲି ଜଣାପଡ଼ିଛି । ଓଡ଼ିଶାର ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ସେକ୍ ରସିଦ୍ ଓରଫ ରାଜୁ(୨୬) ଓ ଇର୍ସଦ୍ ଖାନ(୨୮) । ଏନେଇ ହାୱାଡା କମିଶନରେଟ୍ ପୁଲିସର ଗୋଲାବରି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏସ୍‌ଟିଏଫ୍ ଓ ପୁଲିସ ମିଳିତ ଭାବେ ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ସୂଚନା ଅନୁଯାୟୀ, ଏହି ରାକେଟ୍ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ବିଶେଷକରି ପଶ୍ଚିମବଙ୍ଗ ପୁଲିସ ଏମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇ ଆସୁଥିଲା । ଏନେଇ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । ଅପରେସନ ଜରିଆରେ ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ବର୍ଦ୍ଧମାନ ସଦର ଥାନା ଅନ୍ତର୍ଗତ ଶ୍ରୀପଲ୍ଲୀ ଅଞ୍ଚଳରୁ ଏକ ଘରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେଠାରୁ ହେରୋଇନ୍ ସମେତ ନଗଦ ୨୦ଲକ୍ଷ ୧୦ହଜାର ୧୦୦ଟଙ୍କା, ହେରୋଇନ୍‌ର କଞ୍ଚାମାଲ୍‌, ରସାୟନିକ ସାମଗ୍ରୀ, ଟଙ୍କା ଗଣିବା ମେସିନ୍‌, ସିଲିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ପରେ ସମସ୍ତଙ୍କୁ ଘନଘନ ଜେରା କରାଯିବା ସହ ଅନ୍ୟ ବେପାରୀଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା । ରାକେଟ୍‌ର ସଦସ୍ୟମାନେ ମଣିପୁରରୁ ହେରୋଇନ୍‌ର କଞ୍ଚାମାଲ୍ ଆଣୁଥିଲେ । ଶ୍ରୀପଲ୍ଲୀ ଅଞ୍ଚଳର ଏକ ଘରେ ଅଭିଯୁକ୍ତମାନେ ବିଭିନ୍ନ ରସାୟନ ମିଶ୍ରଣ କରି ହେରୋଇନ୍ ପ୍ରସ୍ତୁତ କରୁଥିଲେ । ପରେ ଉକ୍ତ ହେରୋଇନ୍‌କୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ସହ ଓଡ଼ିଶାକୁ ମଧ୍ୟ ପଠାଉଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking