19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶନିର୍ଭୟା ମାମଲା: ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି

ନିର୍ଭୟା ମାମଲା: ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଏହା ସହିତ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ଏଥର ଦୋଷୀମାନଙ୍କୁ ଫାଶୀ ପାଇବାରୁ କେହି ରକ୍ଷା କରିପାରିବେ ନାହିଁ। ପୱନର ରାଜକ୍ଷମା ଆବେଦନ ଖାରଜ ହେବା ଏବଂ ଦୋଷୀଙ୍କ ପାଖରେ କୌଣସି ଆଇନଗତ ବିକଳ୍ପ ନ ଥିବାରୁ ଏବେ ତିହାର ଜେଲ ପ୍ରଶାସନ ପଟିୟାଲା ହାଉସ କୋର୍ଟରେ ନୂଆ ଡେଥ ୱାରେଣ୍ଟ ପାଇଁ ଆବେଦନ କରିବ। ଦୋଷୀମାନଙ୍କୁ ଚଳିତ ମାସରେ ହିଁ ଫାଶୀ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୋମବାର ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ପବନ କୁମାର ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲା। ସେ ଶେଷ ମୁହୂର୍ତ୍ତରେ ରା‌ଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ଯୋଗୁ ଏହା ଉପରେ ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ରହିତାଦେଶ ଜାରି କରିଥିଲେ । ବିଚାରପତି ରାଣା କହିଥିଲେ ଯେ ଦୋଷୀ ପବନର ରାଜକ୍ଷମା ରାଷ୍ଟ୍ରପତିଙ୍କ ନିକଟରେ ବିଚାର ପାଇଁ ରହିଥିବାରୁ ‌ସେମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବାକୁ ଥିବା ଫାଶୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା। ଫାଶୀକୁ ଅଟକାଇବା ପାଇଁ ଦୋଷୀ ପବନ କରିଥିବା ଆବେଦନକୁ ସୋମବାର ସକାଳେ ପ୍ରଥମେ ବିଚାରପତି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଦୋଷୀ ପବନର କ୍ୟୁରେଟିଭ ପିଟିସନକୁ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ଓକିଲ ଏ ପି ସିଂହ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ। ପୂର୍ବରୁ ଅନ୍ୟ ୩ ଦୋଷୀଙ୍କର କ୍ୟୁରେଟିଭ ପିଟିସନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିସାରିଛନ୍ତି। ‌ ଶୁଣାଣି ବେଳେ ବିଚାରପତି ରାଣା କହିଥିଲେ ଯେ ୭ ଦିନ ମଧ୍ୟରେ ଆଇନଗତ ସୁବିଧା ସୁଯୋଗକୁ ସମ୍ପୂର୍ଣ୍ଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ଦେଇଥିବା ସମୟସୀମା ଶେଷ ହୋଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking