17.1 C
Bhubaneswar
Monday, November 18, 2024
Homeଓଡିଶାବଦଳିଲା ରାତ୍ରିକାଳୀନ କର୍ଫ୍ୟୁ ନିୟମ; ରାତି ୭ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

ବଦଳିଲା ରାତ୍ରିକାଳୀନ କର୍ଫ୍ୟୁ ନିୟମ; ରାତି ୭ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

ଭୁବନେଶ୍ୱର: ଏଣିକି ରାତି ବା ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ରହିବ ବୋଲି ସୂଚନା ମିଳିଛି । କେଇ ଘଣ୍ଟା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଡିଜିପି ଅଭୟ ଘୋଷଣା କରିଥିଲେ ଯେ, ସନ୍ଧ୍ୟା ୭ଟାରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ । ମାତ୍ର ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବା ପାଇଁ ଗାଇଡଲାଇନରେ ଉଲ୍ଲେଖ କରିଥିଲେ । ମାତ୍ର ରାଜ୍ୟ ଚାହିଁଲେ ନିଜ ରାଜ୍ୟର କରୋନା ସ୍ଥିତି ଦେଖି ଏଥିରେ ପରିବର୍ତ୍ତନ କରିପାରିବେ ବୋଲି କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । ଯାହା ଉପରେ ରାଜ୍ୟ ସରକାର ଏହାକୁ ପରିବର୍ତନ କରି ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହାକୁ କଡାକଡି ପାଳନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
https://onakhabar.com/2020/06/01/shopping-complexes-cinema-halls-gyms-swimming-pools-to-remain-closed-till-june-end-odisha-chief-secretary-asit-tripathy/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking