ନୂଆଦିଲ୍ଲୀ: ଆଲ କାଇଦାର ୧୧ ଜଣ ସଦସ୍ୟଙ୍କ ଉପରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ପଶ୍ଚିମବଙ୍ଗ ଓ କେରଳରୁ ଚାର୍ଜସିଟ ଫାଇଲ କରିଛି । ପଶ୍ଚିମବଙ୍ଗ ଓ କେରଳରେ ମୁର୍ସିଦ ହସନ ନେତୃତ୍ୱରେ କାର୍ଯ୍ୟ କରୁଥିବା ଅଲ କାଏଦା ପ୍ରେରିତ ମୋଡ୍ୟୁଲ ବିଷୟରେ ସୂଚନା ଆଧାରରେ ଏହି ମାମଲା ଏନଅ୍ଧବଶ ଦ୍ୱାରା ପଂଜୀକୃତ ହୋଇଥିଲା । ଏହି ମୋଡ୍ୟୁଲର ସଦସ୍ୟମାନେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଥିଲେ । ଗତବର୍ଷ କେରଳ ଏବଂ ବଙ୍ଗଳାରେ କରାଯାଇଥିବା ସିଙ୍କ୍ରୋନାଇଜଡ ଚଢାଉରେ ୯ ଜଣ ଆତଙ୍କବାଦୀ ଗିରଫ ହୋଇଥିଲେ । ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରୁ ଆଉ ଦୁଇ ଜଣ ଅପରେଟିଭସ ଗିରଫ ହୋଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ, ମୁର୍ସିଦ ହାସନ ପାକିସ୍ତାନ ଓ ବାଂଲାଦେଶରେ ଅବସ୍ଥିତ ଅଲ କାଏଦା ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲା । ସେମାନଙ୍କ ଠାରୁ ମୋଳିକ ପ୍ରଚାର ସାମଗ୍ରୀ ସିହତ ନିର୍ଦ୍ଦେଶନାମା ମଧ୍ୟ ପାଇଥିଲା । ମୁର୍ସିଦ ହାସନ ଓ ତାର ଅନ୍ୟ ସହଯୋଗୀମାନେ ଅଲ କାଏଦାରେ ଅଧିକ ବ୍ୟକ୍ତି ନିଯୁକ୍ତି ପାଇଁ ଷଡଯନ୍ତ୍ର କରିଥିଲେ । ସୋସିଆଲ ମିଡିଆ ଓ ଏନକ୍ରିପ୍ଟ ହୋଇଥିବା ଚାଟ୍ ପ୍ଲାଟଫର୍ମ ମାଧ୍ୟମରେ ଭାରତରେ ହିଂସାତ୍ମକ ଜିହାଦ କରି ଇସଲାମିକ ରାଜ୍ୟ ପ୍ରତିଷ୍ଠା ପାଇଁ ଯୋଜନା କରିଥିଲେ । ଜଣାପଡିଛି ଯେ, ଗ୍ରୁପର ସଦସ୍ୟମାନେ କାଫିର ବୋଲି ଭାବୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଅସ୍ତ୍ରଶସ୍ତ୍ର, ଗୁଳି, ବିସ୍ଫୋରକ ସାମଗ୍ରୀ କ୍ରୟ ପାଇଁ ପାଣ୍ଠି ସଂଗ୍ରହ, ଅଧିକ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଶିବିର କରୁଥିଲେ । ଅଭିଯୁକ୍ତମାନେ ବିଦେଶୀ ଭିତ୍ତିକ ହ୍ୟାଣ୍ଡେଲର ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଡିଲରଙ୍କ ସହ ସକ୍ରିୟ ଯୋଗାଯୋଗରେ ଥିଲେ ଏବଂ ଦିଲ୍ଲୀରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା ରଖିଥିଲେ ।