19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଚତୁର୍ଥୀ ଦିନ ପିଲା ଜନ୍ମକଲେ ନବବିବାହିତ କୁଳବଧୂ.... ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ଚତୁର୍ଥୀ ଦିନ ପିଲା ଜନ୍ମକଲେ ନବବିବାହିତ କୁଳବଧୂ…. ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦ ସହରରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଯେଉଁଠାରେ ଜଣେ ପତି ତାଙ୍କ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇ ଦେଇଛନ୍ତି । ଚଳିତମାସ ୧୦ ତାରିଖରେ ସିଭିଲ୍ ଲାଇନ୍ ଥାନାର ଅଗବାନପୁରରେ ବଡ଼ ଧୁମ୍‌ଧାମ୍‌ରେ ହୋଇଥିଲା ବିବାହ । ତା’ପରଦିନ, ଅକ୍ଟୋବର ୧୧ ତାରିଖରେ ଝିଅ ବିଦା ହୋଇଥିଲା । କନ୍ୟା ଯାଇ ତାଙ୍କ ଶଶୁରଘରେ ପହଞ୍ଚିଲେ । ସବୁ କିଛି ଠିକ୍ ଚାଲିଥିଲା । ସ୍ୱାମୀ ବି ନବବିବାହିତା ପତ୍ନୀଙ୍କୁ ପାଇ ବେଶ୍ ଖୁସି ଥିଲେ । ହେଲେ ବିବାହର ୪ର୍ଥ ଦିନରେ ନବବଧୂଙ୍କ ପେଟରେ ଅଚାନକ ଯନ୍ତ୍ରଣା ହୋଇଥିଲା । ତାଙ୍କ ସ୍ୱାମୀ ଖୁବ୍ ବିବ୍ରତ ହୋଇପଡ଼ିଲେ । ତା’ପରେ ସେ ଯାଇ ଏବିଷୟରେ ତାଙ୍କ ବାପାମାଆଙ୍କୁ ଜଣାଇଲେ ।

ପୁଣି ସେ କନ୍ୟାଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚିଲେ । ତା’ପରେ ଯାଇ ଜଣାପଡ଼ିଲା ଯେ ନବବଧୂ ଗର୍ଭବତୀ ଅଛନ୍ତି ଓ ତାଙ୍କର ଲେବର ପେନ୍ ହେଉଛି । ଡାକ୍ତର ଯେତେବେଳେ ଏପରି ଏକ ଖବର ଶୁଣାଇଲେ ତ ପରିବାରର ସଭିଙ୍କ ମୁହଁ ଲାଜରେ କଳା ପଡ଼ି ଯାଇଥିଲା । ତା’ପରେ ଶଶୁରଘର ଲୋକ କନ୍ୟାର ବାପାଙ୍କୁ ଘରକୁ ଡାକି ସବୁ କଥା କହିଥିଲେ । ଅକ୍ଟୋବର ୧୬ ତାରିଖରେ ପ୍ରସୂତୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ସମସ୍ତେ ଘରେ ପହଞ୍ଚିଥିଲେ । ସେତେବେଳେ କନ୍ୟାଙ୍କ ବାପା ବି ଆସି ଘରେ ଥାଆନ୍ତି । ସବୁ କଥା ସ୍ପଷ୍ଟ ହୋଇଗଲା ପରେ ଯୁବକ ଜଣକ ତାଙ୍କ ନବବିବାହିତା ପତ୍ନୀଙ୍କୁ ତିନ୍ ତଲାକ୍ ଦେଇ ତାଙ୍କ ବାପାଙ୍କୁ କନ୍ୟାକୁ ନେଇ ଚାଲିଯିବାକୁ କହିଲେ । ତା’ପରେ କନ୍ୟା ଜଣକ ସମସ୍ତଙ୍କ ସମ୍ମୁଖରେ ନିଜ ପିଲାର ପ୍ରକୃତ ବାପା ବିଷୟରେ ଖୋଲିକି କହିବା ପରେ ଗାଁରେ ପଞ୍ଚାୟତ ବସିଲା । ଶେଷରେ କନ୍ୟାଙ୍କୁ ତାଙ୍କ ପ୍ରେମୀଙ୍କ ସହ ବାହାଘର କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking