18.1 C
Bhubaneswar
Tuesday, November 19, 2024
Homeଅପରାଧଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ନବବଧୂର ଜୀବନ

ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ନବବଧୂର ଜୀବନ

ବୌଦ୍ଧ : ରଶ୍ମିତାଙ୍କ ପ୍ରାଣବାୟୁ ଉଡିଯାଇଛି ଖାଲି ପଡିରହିଛି ତାଙ୍କର ନିସ୍ତେଜ ଶରୀର । ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ତାଙ୍କୁ ସବୁଦିନ ପାଇଁ ଚୁପ କରିଦେଇଛନ୍ତି । ଆଉ ଉଠିବେନି ଆଉ ଯୌତୁକ ପାଇଁ ନିର୍ଯାତନା ସହିବାକୁ ପଡିବନି । ଛଅ ଖଣ୍ଡ କାଠରେ ମଶାଣୀକୁ ଜିବେ ରଶ୍ମିତା । କିନ୍ତୁ ମାଆର ଆଉ ସ୍ନେହ ପାଇବନି ପଛରେ ଛାଡି ଚାଲିଯାଇଥିବା ୪ ବର୍ଷର ପୁଅକୁ । ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ନବବଧୂର ଜୀବନ । ମାଆ ବସିଛି ବିବାହିତା ଝିଅ ପାଖରେ । ଭାବିଥିଲେ ଝିଅ ବାହା କରିଦେଲି ଘର ସଂସାର କରିବ ନୂଆ ଜୀବନ ଆରମ୍ଭ କରିବ କିନ୍ତୁ କନିଆଁ ବେଶରେ ଶାଶୂ ଘରକୁ ଯାଇଥିବା ରଶ୍ମିତା ଏବେ ସିଧା ଯିବ ମଶାଣୀ ଜୁଇକୁ । ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗାଁରେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗବଯୋର ଗାଁର ରଶ୍ମିତା ମେହେର ପାଞ୍ଚ ବର୍ଷ ତଳେ ଗତ ୨୦୧୭ ମସିହାରେ ନିମ୍ନା ଗାଁର ଅଶୋକ ମେହେରଙ୍କୁ ବାହା ହୋଇଥିଲେ । ତାଙ୍କର ଏକ ୪ବର୍ଷର ପୁଅଟିଏ ମଧ୍ୟ ଅଛି । କିନ୍ତୁ ବାହାଘର ପରଠାରୁ ରଶ୍ମିତାଙ୍କୁ ମିଳିଲା ଯୌତୁକ ନିର୍ଯାତନା । କିନ୍ତୁ କିଏ ଜାଣିଥିଲା ଦିନେ ଏମିତି ଖବର ଆସିବ । ସକାଳୁ ସକାଳୁ ଖବର ଆସିଲା ତୁମ ଝିଅ ରଶ୍ମିତା ଆତ୍ମହତ୍ୟା କରିଦେଇଛି । ତୁରନ୍ତ ଆସ । ଏମିତି ଭାବେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିବାନେଇ ଶାଶୂ ଘରୁ ଆସିଲା ବାପଘରକୁ ଫୋନକଲ୍ । ରଶ୍ମିତାଙ୍କ ବାପଘର ଲୋକ ଝିଅର ଶାଶୂ ଘର ନିମ୍ନା ଗାଁକୁ ପହଞ୍ଚିଲା ପରେ ରଶ୍ମିତାକୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ କରିଛନ୍ତି । କାହିଁକିନା ୫ ବର୍ଷ ହେଲା ଝିଅ ସହି ସହି ଆସୁଥିଲା ନିର୍ଯାତନା । କିନ୍ତୁ ତେବେ ପୋଲିସ ପହଞ୍ଚିନଥିବାରୁ ଏଯାଏଁ ମାମାଲା ଦାୟର ହୋଇପାରି ନାହିଁ କିମ୍ବା ପୋଲିସର କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ । ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଯୌତୁକ ନିର୍ଯାତନା, ବଧୂହତ୍ୟା । କିନ୍ତୁ କେତେ ଜଣ ବଧୂ ନ୍ୟାୟ ପାଇଲେଣି । କଣ ରଶ୍ମିତାଙ୍କୁ ନ୍ୟାୟ ମିଳିବନା ନାହିଁ ନା ସବୁ ମାମଲା ଭଳି ଏହା ମଧ୍ୟ କେବଳ ଖାତା ଖତିଆନରେ ରହିଯିବ । କଣ ଏତେ ମୂଲ୍ୟହୀନ ଝିଅମାନଙ୍କ ଜୀବନ ବଧୂମାନଙ୍କ ଜୀବନ । ଯେଉଁମାନେ ନିଜ ବୋହୂକୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ସେମାନେ ବୋଧହୁଏ ଭୁଲି ଯାଉଛନ୍ତି ତାଙ୍କ ଝିଅ ବି କାହାର ବୋହୂ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking