ଅଯୋଧ୍ୟା : ପବିତ୍ର ଦୀପାବଳି ଉପଲକ୍ଷେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦୀପୋତ୍ସବ ପାଳିତ ହୋଇଛି । ଏହି ଅବସରରେ ଶନିବାର ସରଯୁ ନଦୀର ୫୧ଟି ଘାଟରେ ମୋଟ ୨୨.୨୩ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହା ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ଗିନିଜ୍ ବୁକ୍ରେ ଏହା ସ୍ଥାନ ପାଇଛି । ୨୦୧୭ରେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର କ୍ଷମତାକୁ ଆସିବା ପରଠାରୁ ଅଯୋଧ୍ୟାରେ ପ୍ରତିବର୍ଷ ଦୀପାବଳିରେ ଦୀପୋତ୍ସବ ଆୟୋଜିତ ହୋଇଆସୁଛି ।
୨୦୧୭ରେ ୫୧ ହଜାର ଦୀପ ପ୍ରଜ୍ଜ୍ୱଳିତ ହୋଇଥିବାବେଳେ ୨୦୧୯ରେ ଏହା ୪.୧୦ ଲକ୍ଷ, ୨୦୨୦ରେ ୬ ଲକ୍ଷ, ୨୦୨୧ରେ ୯ ଲକ୍ଷ ଏବଂ ୨୦୨୨ରେ ୧୭ ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରତିବର୍ଷ ଏହି ଦୀପଗୁଡିକ ଅତିକମରେ ୫ ମିନିଟ ଧରି ଜଳିଥାଏ । ଶନିବାର ‘ରାମାୟଣ’ ଉପରେ ଆଧାରିତ ୮ଟି ପ୍ରଜ୍ଞାପନ ମେଢ଼ ଅଯୋଧ୍ୟା ସହର ପରିକ୍ରମା କରିଥିବା ଜଣାପଡିଛି ।