26.1 C
Bhubaneswar
Tuesday, September 17, 2024
Homeଓଡିଶାଆଜିଠୁ ପୁଣି ନୂଆ ପଶ୍ଚିମା ଝଡ଼

ଆଜିଠୁ ପୁଣି ନୂଆ ପଶ୍ଚିମା ଝଡ଼

ଭୁବନେଶ୍ୱର: ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । ଆଜିଠୁ ପୁଣି ନୂଆ ପଶ୍ଚିମା ଝଡ଼ । କାଲିଠୁ ଏହା ପ୍ରଭାବ ଦେଖାଇବ । ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଲାଗି ରହିବ । ଏନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ୩୧ ତାରିଖରେ ରାଜ୍ୟରେ ପଶ୍ଚିମା ଝଡ଼ର ରହିବ ସର୍ବାଧିକ ପ୍ରଭାବ । ଆଜି ବିଜୁଳି ଘଡ଼ଘଡ଼ି ସହ ୯ ଜିଲ୍ଲାରେ ବର୍ଷା ହେବ ।ଆସନ୍ତାକାଲି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ସମ୍ଭାବନା ରହିଛି ।

ଏସବୁ ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ଚେତାବନୀ ଦିଆଯାଇଛି । ୩୧ ତାରିଖରେ ପଶ୍ଚିମା ଝଡ଼ର ପ୍ରକୋପ ଅଧିକ ରହିବ । ୧୭ ଜିଲ୍ଲାକୁ ଝଡ଼ ପବନ ସାଙ୍ଗକୁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିଭଳି ବିଜୁଳି ଘଡ଼ଘଡ଼ି ପାଇଁ ସମସ୍ତ ଜିଲ୍ଲାକୁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମାର୍ଚ୍ଚରେ ଦେଖିବାକୁ ମିଳିଛି ସିରିଜ୍ ପଶ୍ଚିମାଝଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking