ନୂଆଦିଲ୍ଲୀ: ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ ରାଜ୍ୟ ସ୍ଥିର କରିବ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଶାରୀରିକଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କ୍ରୀଡା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ । ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ଆସିବା ମନା । ଏବେ ୧୧ଟି ରାଜ୍ୟରେ ପୂଣ୍ଣ କ୍ଷମତାରେ ସ୍କୁଲ ଖୋଲିଥିବା କେନ୍ଦ୍ର କହିଛି । ୧୬ଟି ରାଜ୍ୟରେ କେବଳ ବଡ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇ ନାହିଁ । ଟିକାକରଣ ତ୍ୱରାନ୍ୱିତ ସହ କୋଭିଡ ଗାଇଡଲାଇନ ମାନି ଖୋଲାଯାଇପାରିବ ।