32.1 C
Bhubaneswar
Saturday, June 22, 2024
Homeଓଡିଶା୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେପି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୦ ପରିବର୍ତ୍ତେ ୧୨ ତାରିଖରେ ହେବ । ୧୧ ତାରିଖରେ ବିଜେପି ବିଧାୟକ ଦଳର ବୈଠକ ବସି ସେଥିରେ ନେତା ନିର୍ବାଚିତ କରାଯିବ । ଅର୍ଥାତ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯିବ । ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରଣ ଉତ୍ସବ ଅନୁଷ୍ଠିତ ହେବ । ପ୍ରଥମେ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚିତ କରାଯିବ । ନେତା ନିର୍ବାଚିତ ହେବା ପରେ ବିଜେପି ବିଧାୟକମାନଙ୍କ ତାଲିକା ଧରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ଦାବି ରଖିବେ । ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେବେ । ଏହା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ନେଇ ରାଜଭବନ ପକ୍ଷରୁ ସମୟ ଧାର୍ଯ୍ୟ ହେବ । ରାଜ୍ୟପାଳ ରଘୁବାର ଦାସ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଶପଥ ଦେବେ । ବିଧାୟକ ଦଳର ନେତା ଯିଏ ନିର୍ବାଚିତ ହେବେ ସେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯେଉଁ ବିଧାୟକମାନଙ୍କୁୂ ସାମିଲ କରିବେ ତାହାର ଏକ ତାଲିକା ପ୍ରସ୍ତୁତ କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ଶପଥ ଗ୍ରହଣ ପ୍ରକିୟା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking