ଭୁବନେଶ୍ୱର: ଗୁଗୁଲ ହେଉଛି ଆମର ଷଷ୍ଠ ଇନ୍ଦ୍ରିୟ । ଆମ ଟିଚର, ମ୍ୟାନେଜର, ଫ୍ରେଣ୍ଡ, ଫିଲୋସଫର, ଗାଇଡ ସବୁକିଛି । ପ୍ରଥମେ ଲୋକେ ଯେଉଁ କଥା ପାଇଁ ଲାଇବ୍ରେରୀରେ ଘଣ୍ଟା ଘଣ୍ଟା ସମୟ ନେଉଥିଲେ, ତାକୁ ସବୁ ଗୁଗୁଲ ଗୋଟିଏ କ୍ଲିକରେ କରି ଦିଏ । ଅଫିସରେ, କ୍ଲାସରେ, ବିଛଣାରେ, ବାଥରୁମରେ କେଉଁଠି ବି । ପାଖରେ ଫୋନ ଥିଲେ, ଫୋନ ଭିତରେ ଗୁଗୁଲ ସବୁବେଳେ ଆମ ପାଖରେ ଥାଏ । ଯେଉଁଠି ଚାହିଁଲେ ସେଇଠି ଗୁଗୁଲ କରି ସବୁ ପ୍ରଶ୍ନ ଉତ୍ତର ଆମେ ପାଉ । ତେବେ କିଛି ଜିନିଷ ଏମିତି ଅଛି ଯାହାକୁ ସର୍ଚ୍ଚ କରିବା ଅପରାଧ ଅଟେ । ଯଦି ସର୍ଚ୍ଚ କରିବେ, ଗୁଗୁଲ ଜବାବ ଦେବ ମାତ୍ର ନ କରିବା ହିଁ ଆପଣଙ୍କ ପାଇଁ ଠିକ ।
ପ୍ରଥମ ହେଲା ଗର୍ଭପାତ କେମିତି କରାଯାଏ । ଆଜିର ସମୟରେ ଏହା ହେଉଛି ବହୁତ ସେନସିଟିଭ ଇସ୍ୟୁ । ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପେଟରେ ଥିବା ଶିଶୁର ଲିଙ୍ଗ ଜାଣିବାକୁ ଚାହାଁନ୍ତି । ଆଉ ଯଦି ଝିଅ ଜଣାପଡେ ତେବେ ଗର୍ଭପାତ କରାନ୍ତି । ଯାହା ବହୁତ ବଡ ଅପରାଧ । ସେଥିପାଇଁ ସମସ୍ତେ ଗୁଗୁଲରେ ଏହାକୁ ସର୍ଚ୍ଚ କରନ୍ତି । ମାତ୍ର ଆପଣଙ୍କୁ ଏସଂକ୍ରାନ୍ତରେ ସବିଶେଶ ତଥ୍ୟ ଗୁଗୁଲରେ ମିଳିବ ନାହିଁ ।
ଏହାପରେ ଆସିବ ପ୍ରେସର କୁକୁର ବମ୍ବ ପ୍ଲସ ବ୍ୟାକପ୍ୟାକ
୨୦୧୩ରେ ଜଣେ ବ୍ୟକ୍ତି ପ୍ରେସରକୁକର ବମ୍ବ ସହିତ ବ୍ୟାକପ୍ୟାକ ଏକାସାଙ୍ଗରେ ସର୍ଚ୍ଚ କରିଥିଲେ । ଏହାପଛରେ କିଛି କାରଣ ନଥିଲା । ବାସ୍ ନିଜ ଇଚ୍ଛା ପାଇଁ ସେ ଏମିତି ସର୍ଚ୍ଚ କରିଥିଲେ । ହେଲେ ତାଙ୍କର ଏହି ଇଚ୍ଛା ଦୁଆରମୁହଁରେ ପୋଲିସ ଆଣି ଛିଡା କରିଦେଲା । ପୋଲିସକୁ ଲାଗିଲା ଏହି ବ୍ୟକ୍ତି ଜଣକ ଟେରୋରିଷ୍ଟ ବୋଲି । କାରଣ ଏମିତି ଜିନିଷକୁ ଲୋକେ କୋଡ ଶବ୍ଦରେ ବ୍ୟବହାର କରନ୍ତି ।
ଚାଇଲ୍ଡ ବାର୍ଥ
କିଛି ଲୋକ ଏମିତି ଅଛନ୍ତି ଯିଏ ଗୁଗୁଲରେ ପିଲା କେମିତି ଜନ୍ମ ହୁଏ ତାକୁ ସର୍ଚ୍ଚ କରନ୍ତି । ଆଉ ଯଦି ଏମିତି ଆପଣ କରନ୍ତି, ତେବେ ପରେ ଭାବିବେ ଯଦି ମୁଁ ସର୍ଚ୍ଚ କରିନଥାନ୍ତି ଭଲ ହୋଇଥାନ୍ତା । କାରଣ ଯେଉଁ ମହିଳା ଗର୍ଭବତୀ ସମୟରେ ଚାଇଲ୍ଡ ବାର୍ଥକୁ ଗୁଗୁଲ କରନ୍ତି ସେମାନଙ୍କର ମାନସିକ ସ୍ଥିତ ବିଗିଡି ଯାଏ । ଏମିତିକି ସେମାନେ ପ୍ୟାନିକ ବି ହୋଇଯାଆନ୍ତି । ଏହି କଥା ଗବେଷଣାରୁ ଜଣାପଡିଛି । ସେଥିପାଇଁ ଏହି ଜିନିଷ କେବେ ସର୍ଚ୍ଚ କରନ୍ତୁ ନାହିଁ କିମ୍ବା ଗର୍ଭବତୀ ମହିଳାଙ୍କୁ ସର୍ଚ୍ଚ କରିବାକୁ ବି ଦିଅନ୍ତୁ ନାହିଁ ।