28.1 C
Bhubaneswar
Friday, October 18, 2024
Homeଓଡିଶାଯାଜପୁର ରୋଡ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଯାଜପୁର ରୋଡ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଯାଜପୁର : ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନ ର ବଳିଷ୍ଠତମ ଅଭିବ୍ୟକ୍ତି ଓ ଆପୋଷହୀନ ଧାରାର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତୀ, ନେତାଜୀ ଜୟନ୍ତୀ କମିଟି,ଯାଜପୁର ରୋଡ଼ ଶାଖା ପକ୍ଷରୁ ଯଥା ଯୋଗ୍ୟ ମର୍ଯ୍ୟାଦାର ସହ ପାଳିତ ହୋଇଯାଇଛି l ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଗ୍ରାମ ଉପରେ ଆଧାରିତ ବିଷୟ ବସ୍ତୁକୁ ନେଇ ମୁନିସିପାଲିଟି ସ୍ତରୀୟ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଗତ ତା ୧୪/୧/୨୦୨୪ ରିଖ କ୍ରୋମନଗର ବିଦ୍ୟାପୀଠରେ ଆୟୋଜନ କରାଯାଇଥିଲା l ଆଜି ସକାଳ ୧୦ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନେତାଜୀଙ୍କ ଫୋଟୋରେ ମାଲ୍ୟଦାନ ଓ ସଂଗୀତ ଗୋଷ୍ଠୀ ଦ୍ୱାରା ନେତାଜୀଙ୍କ ଉପରେ ରଚିତ ସଂଗୀତ ଗାନ ମଧ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା lକମିଟିର ସମ୍ପାଦିକା ନିରୁପମା ବେହେରା ପ୍ରାରମ୍ଭିକ ସୂଚନା ଦେବା ପରେ ମୁଖ୍ୟ ବକ୍ତା ଶିକ୍ଷାବିତ ପ୍ରଫେସର ଦୁଷ୍ମନ୍ତ ନାୟକ ନେତାଜୀଙ୍କ ଜୀବନ ସଂଗ୍ରାମ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ନାରାୟଣ ପତି ଅନ୍ୟତମ ବକ୍ତା କଲେଜର ଅଧ୍ୟକ୍ଷ ରତ୍ନାକର ଜେନା, ଅଧ୍ୟାପକ ସୁବାଷ କୁମାର ସ୍ୱାଇଁ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦେଓ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ l କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବl ସହ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ଅଂଶ ଗ୍ରହଣ କାରୀ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା l ବିପ୍ଲବୀ ସଂଗୀତ ଗାନ ମଧ୍ୟଦେଇ ସଭା ସାଙ୍ଗ କରାଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking