ନୂଆଦିଲ୍ଲୀ: ବିହାରର ମୁଜାଫରପୁର ପୋଲିସର ଲଜ୍ଜ୍ୟାଜନକ ଓ ସମ୍ବେଦନଶୀଳ କାର୍ୟ୍ୟ ହାଜିପୁର ମୁଜଫରପୁର ରୋଡରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ବ୍ୟକ୍ତିଙ୍କ ଶବକୁ ହସ୍ପିଟାଲ ପଠାଇବା ବଦଳରେ ପୋଲିସ ନାଳ ଭିତରକୁ ଫୋପାଡି ଦେଇଥିଲା । ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଏସ୍ଏସପି ରାକେଶ କୁମାର ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା କଥା କହିଛନ୍ତି । କୁହାଯାଉଛି ଯେ, ଟ୍ରକ୍ ଧକ୍କାରେ ସେହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ସେଠାରୁ ପଳାଇ ଯାଇଥିଲା । ବ୍ରିଜ୍ ଉପରକୁ ନାଳ ଭିତରକୁ ବାହାର କରି ପୋଷ୍ଟମର୍ଟନ ପାଇଁ ଏସକେଏମ୍ସିଏଚ୍କୁ ପଠାଇ ଦେଇଛି ।