28.1 C
Bhubaneswar
Sunday, September 8, 2024
Homeଓଡିଶାଘରେ କଳାକନା ବୁଲାଇଲେ ପଡୋଶୀ, ବାନ୍ଧିଲା ପୁଲିସ

ଘରେ କଳାକନା ବୁଲାଇଲେ ପଡୋଶୀ, ବାନ୍ଧିଲା ପୁଲିସ

ଭୁବନେଶ୍ୱର: ବୁଲିବାକୁ ଯାଇଥିବାବେଳେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲେଇଥିଲା ପଡ଼ୋଶୀ । ଏନେଇ ଥାନାରେ ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସପୁଲିସ ଅଭିଯୁକ୍ତ ପଡୋଶୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଞ୍ଚଳର ଏସକେ. ମୁନ୍ତେଜୀର ଅହମ୍ମଦ(୨୮) ବର୍ତ୍ତମାନ ସେ ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କୋଲୋନୀରେ ରହୁଥିବା ଜଣାପଡ଼ିଛି । ଗତକାଲି ଏସ୍‌କେ. ମୂର୍ସିଦ୍ ଅଲ୍ଲୀ ନାମଙ୍କ ୬୮ ବର୍ଷିୟ ବୃଦ୍ଧ ଅଭିଯୋଗ କରିଥିଲେ ।

ଗତ ୧୭ ତାରଖ ସନ୍ଧ୍ୟା ବେଳେ ସେ ଘର ତାଲାପକାଇ ବୁଲିବାକୁ ଯାଇଥିବାବେଳେ ୧୯ ତାରିଖ ସନ୍ଧ୍ୟାରେ ଘରେ ପାଖରେ ପହଞ୍ଚି ଘର ତାଲାଖୋଲି ଦେଖନ୍ତି ତ ଝିଅ ବାହାଘର ପାଇଁ ରଖିଥିବା ୩ ଲକ୍ଷ ଟଙ୍କା ଏବଂ କିଛି ସୁନା ଅଳଙ୍କାର ଚୋରି ହୋଇଯାଇଛି । ଏନେଇ ସେ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଲଗିଥିବା ସିସିଟିଭି ଆଧାରରେ ଅଭିଯୁକ୍ତ ପଡୋଶୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ନୟାପଲ୍ଲୀ ଥାନା ପୁଲିସ୍ ତାଙ୍କୁ ଗିରଫ କରି ତାଙ୍କ ହେପାଜେତରୁ ୮୪ ହଜାର ଟଙ୍କା, ଗୋଟିଏ ସୁନାଚେନ୍‌, ୪ ସୁନା ମୁଦି ଏବଂ ୪ ସୁନା କାନଫୁଲ ଜବତ କରିଛି । ଅଭିଯୁକ୍ତଙ୍କୁ ଘଟଣା ବିଷୟରେ ତଦନ୍ତ ବେଳେ ପଚାରିବାରୁ ସେ ପୂର୍ବରୁ ଅଭିଯୋଗକାରୀଙ୍କ ଘରର ନକଲି ଚାବି ପ୍ରସ୍ତୁକ କରି ରଖିଥିବା କହିଥିଲେ । ଯେମିତି ସେମାନେ ବାହିରୁକୁ ଯିବାର ଜାଣିବାକୁ ପାଇଥିଲେ ଏହି ଅପରାଧ ରଚାଇଥିବା କହିଛି ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking