27.1 C
Bhubaneswar
Sunday, June 30, 2024
Homeଅପରାଧଜମିବାଡି ବିବାଦରୁ ମହିଳାଙ୍କୁ ମାରିଦେଲେ ପଡୋଶୀ

ଜମିବାଡି ବିବାଦରୁ ମହିଳାଙ୍କୁ ମାରିଦେଲେ ପଡୋଶୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଜମିବାଡି ବିବାଦରୁ ମହିଳାଙ୍କୁ ମାରିଦେଲେ ପଡୋଶୀ। ମୃତକଙ୍କ ନାମ ସୁଶୀଳା ନାୟକ(୫୨) । ସୂଚନା ଅନୁଯାୟୀ, ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ପାଇଖାନା ନିର୍ମାଣ କରିଥିଲେ । ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବାଦ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିଲେ କିନ୍ତୁ ଏହି ଘଟଣାର ସମାଧାନ ପାଇଁ ପୋଲିସ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷଙ୍କୁ ଘରକୁ ପଠାଇ ଦେଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଁଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପଡ଼ୋଶୀଙ୍କ ଆକ୍ରମଣ ରେ ସୁଶୀଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ଯ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ଗୁରତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking