ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନାର ମାମଲା ବଢିବାରେ ଲାଗିଛି । ବିଗ୍ବସ୍-୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ । ଗାୟିକା ନେହା ଭାସିନ୍ କି ବା ନ ଜାଣେ । ଗାୟିକା ନେହା ଭାସିନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ନେହା ଭାସିନ ସୂଚନା ଦେଇ ଜଣାଇଛନ୍ତି । ଏହା ସହ ନେହା ଭାସିନ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ୩ଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପ୍ରଥମ ପୋଷ୍ଟରେ ସେ କେବଳ କୋଭିଡ ପଜିଟିଭ୍ ହୋଇଛନ୍ତି ବୋଲି ଲେଖିଛନ୍ତି ଏବଂ ଦ୍ୱିତୀୟ ପୋଷ୍ଟରେ ସେ ଲେଖିଛନ୍ତି, ‘ହେ ଭଗବାନ, ମୁଁ ଗତ ୪୮ ଘଣ୍ଟା ଧରି ଜ୍ୱରରେ ଆକ୍ରାନ୍ତ ଅଛି ଏଥି ସହିତ, ତୃତୀୟ ପୋଷ୍ଟ ମାଧ୍ୟମରେ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଆଉ ଖୁବ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଲେଖିଛନ୍ତି ।