22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନିଟ୍ ପେପର ଲିକ୍ ମାମଲା ,ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ହେବ...

ନିଟ୍ ପେପର ଲିକ୍ ମାମଲା ,ବଡ଼ ଧରଣର ଅନିୟମିତତା ପ୍ରମାଣିତ ହେଲେ ପୁଣି ପରୀକ୍ଷା ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନିଟ୍ ପେପର ଲିକ୍ ମାମଲା ଉପରେ ଶୁଣାଣି ଆରମ୍ଭ ହୋଇଛି। ଏନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହା ଏକ “ସାମାଜିକ ପରିଣାମ ଥିବାରୁ ନିଟ୍ ମାମଲାକୁ ପ୍ରାଥମିକତା ଦିଆଯିବ।ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ଆବେଦନକାରୀ ମାନଙ୍କ ଆଇନଜୀବୀ ମାନଙ୍କୁ କହିଛନ୍ତି ଏହି ଅନିୟମିତତା ଏବଂ ଲିକ୍ ବହୁ ପରିମାଣରେ ଘଟିଛି ତେଣୁ ପରୀକ୍ଷା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ବୋଲି ପ୍ରମାଣ କରିବାକୁ ପଡ଼ିବ।ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ଯଦି ଆପଣ ଆମ ସମ୍ମୁଖରେ ପ୍ରମାଣ କରନ୍ତି ଯେ ଏକ ବଡ଼ ଧରଣର ଅନିୟମିତତା ହୋଇଛି ତେବେ ପୁଣିଥରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ। ଆବେଦନକାରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ କିଛି ଛାତ୍ରଛାତ୍ରୀ ମଧ୍ୟ ଆସିଛନ୍ତି ଯେଉଁମାନଙ୍କର ସ୍ଥାନ ୧ ଲକ୍ଷ ୮ ହଜାରଙ୍କ ମଧ୍ୟରେ ଅଛି କିନ୍ତୁ ସେମାନେ ସରକାରୀ କଲେଜ ପାଇନାହାନ୍ତି।ଶୁଣାଣି ସମୟରେ ଏକ ଆଇନଜୀବୀ କହିଛନ୍ତି ଯେ ପ୍ରାର୍ଥୀଙ୍କ ଓଏମଆର ସିଟ୍ ପରିବର୍ତ୍ତନ କରାଯାଇଛି। ଏହା ଉପରେ ସିଜେଆଇ କହିଛନ୍ତି ଆପଣ ହାଇକୋର୍ଟକୁ କାହିଁକି ଯାଉନାହାନ୍ତି ? ଆଇନଜୀବୀ କହିଛନ୍ତି ମୋ ଆଦେବନ ବିରୋଧରେ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏ ସମ୍ପର୍କରେ ସିଜେଆଇ କହିଛନ୍ତି ଏନେଇ ଏକ ସ୍ୱତନ୍ତ୍ର ଅନୁମତି ଆବେଦନ କରିବା ଉଚିତ୍।ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ଯେ ମୁଁ ଆଶା କରୁଛି ପ୍ରଧାନ ବିଚାରପତି ଦ୍ୱିତୀୟ ଷ୍ଟାଟସ୍ ରିପୋର୍ଟ ଦେଖିଛନ୍ତି। ଏନେଇ ସିଜେଆଇ ସମ୍ମତି ପ୍ରକାଶ କରିଥିଲେ। ବରିଷ୍ଠ ଓକିଲ ନରେନ୍ଦ୍ର ହୁଡା ମୁଖ୍ୟ ଆବେଦନରେ ଯୁକ୍ତି ଆରମ୍ଭ କରିଥିଲେ। କୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ ସିବିଆଇ ଆମକୁ ଏହାର ଷ୍ଟାଟସ୍ ରିପୋର୍ଟ ଦେଇଛି କିନ୍ତୁ ଆମେ ଏହାକୁ ସାର୍ବଜନୀନ କରିପାରିବୁ ନାହିଁ କାରଣ ଏହା ସିବିଆଇ ତଦନ୍ତ ଉପରେ ପ୍ରଭାବ ପକାଇପାରେ।ସରକାରୀ କଲେଜରେ କେତେ ସିଟ୍ ଅଛି ବୋଲି କୋର୍ଟ ପଚାରିଛନ୍ତି। ବେସରକାରୀ କଲେଜଗୁଡ଼ିକରେ ସିଟ୍ ବିଷୟରେ ପଚରାଯିବା ପରେ ଉତ୍ତର ଦିଆଯାଇଥିଲା ଯେ ୫୨୦୦୦ ସିଟ୍ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking