20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶତୁଟିଲା ନିଟ୍-ପିଜି କାଉନସେଲିଂ ଅଡୁଆ

ତୁଟିଲା ନିଟ୍-ପିଜି କାଉନସେଲିଂ ଅଡୁଆ

ନୂଆଦିଲ୍ଲୀ : ନିଟ୍-ପିଜି କାଉନସେଲିଂ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କି, ଘରୋଇ ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଆଶ୍ୱାସନା ମୁତାବକ ମାନନୀୟ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏମସିସି ଦ୍ୱାରା ନିଟ-ପିଜି କାଉନସେଲିଂ ଜାନୁଆରି ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଏହାଦ୍ୱାରା କରୋନା ଯୁଦ୍ଧରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ କୋର୍ଟ ନିଟ-ୟୁଜି ଓ ପିଜିରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଓ ଇଡବ୍ଲ୍ୟଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଗ୍ରହଣ କରି ନିଟ୍ କାଉନସେଲିଂ ଆରମ୍ଭ କରିବା ନେଇ ଥିବା ଅସୁବିଧାକୁ ଦୂର କରିଛନ୍ତି ।

ଏହାପରେ ମେଡିକାଲ କାଉନସେଲିଂ କମିଟି ତରଫରୁ ନିଟ ୟୁଜି ଓ ପିଜି କାଉନସେଲିଂ ୨୦୨୧ ନେଇ ଏକକ ନୋଟିସ ଜାରି କରିଛି । ମେଡିକାଲ କାଉନସେଲିଂ କମିଟି ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଛାତ୍ରଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବାବଦରେ ଅବଗତ କରାଯାଇଛି । ଏହାସହ ଆଶ୍ୱାସନା ଦିଆଯାଇଛି କି କାଉନସେଲିଂର ସିଡ୍ୟୁଲ ଅଫିସିଆଲ ୱେବସାଇଟରେ ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking