29.4 C
Bhubaneswar
Saturday, May 4, 2024
Homeଓଡିଶା୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉତ୍ସବର ଏହି ପ୍ରଥମ ସଂସ୍କରଣ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟବର୍ତ୍ତୀ କୁଆଁରିଆ ଜଳଭଣ୍ଡାର ନିକଟରେ ଆୟୋଜନ କରାଯାଉଛି। ପ୍ରାକୃତିକ ଶୋଭାରାଜିରେ ଭରା ନୟାଗଡ଼ ଜିଲ୍ଲାର ଏହି ପର୍ଯ୍ୟଟନ ସ୍ଥଳରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପ୍ରସିଦ୍ଧ କବି ଓ ଚିନ୍ତକ ଶ୍ରୀ ହରପ୍ରସାଦ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେବାକୁ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଉପସ୍ଥିତ ରହିବେ ଜଣାଶୁଣା କଥାକାର ଓ ଶିଶୁ ସାହିତ୍ୟିକ ଡ. ଦାଶ ବେନହୁର। କଥାକାର ତଥା ସାହିତ୍ୟ ପତ୍ରିକା ‘ଅକ୍ଷ’ର ସଂପାଦକ ଶ୍ରୀ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏ ଉତ୍ସବର ଉଦ୍‌ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗଦେବେ।

ଉଦ୍‌ଘାଟନୀ ସଭାରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ନୂଆ ବହି ସହ ‘ଅକ୍ଷ’ ପତ୍ରିକା ଉନ୍ମୋଚିତ ହେବ। ଏହା ପରେ ବିଭିନ୍ନ ପ୍ରସଙ୍ଗ ଉପରେ ୪ଟି ଆଲୋଚନା ସଂପାନ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜଣାଶୁଣା ଲେଖକମାନେ ବକ୍ତା ଭାବରେ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ସଭା ପୂର୍ବରୁ ଓ ଆଲୋଚନା ସଂପାନ ପରେ ଅନୁଷ୍ଠିତ ହେବାକୁ ଥିବା କବିତା ପାଠୋତ୍ସବରେ ନୟାଗଡ଼ ଜିଲ୍ଲାର ତଥା ଜିଲ୍ଲା ବାହାରୁ ଆସିଥିବା କବିମାନେ ଭାଗନେବେ। ଏ ଅବସରରେ ବହୁଭାଷୀ କବିତା ପାଠ ଓ ବ୍ୟଙ୍ଗ ଆସର ମଧ୍ୟ ଅନୁଷ୍ଠିତ ହେବ।

ଉତ୍ସବରେ ମଞ୍ଚାସୀନ ସମସ୍ତ କବି ଓ ବକ୍ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ନୟାଗଡ଼ ସାହିତ୍ୟ ଉତ୍ସବକୁ ସଫଳ କରାଇବାକୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରକାଶନ ବିଭାଗ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଭୁବନେଶ୍ବର ସାହିତ୍ୟ ଉତ୍ସବ ଓ କୋରାପୁଟ ସାହିତ୍ୟ ଉତ୍ସବ ଭଳି ଦୁଇଟି ଜାତୀୟ ସ୍ତରୀୟ ସାହିତ୍ୟ ଉତ୍ସବ ସମେତ ବିଭିନ୍ନ ପ୍ରାନ୍ତୀୟ ଉତ୍ସବ ମାନ ଆୟୋଜିତ ହୋଇଥାଏ। ଏହା ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ପ୍ରତିବର୍ଷ ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର, କୋରାପୁଟ ସାହିତ୍ୟ ସମ୍ମାନ ଆଦି ସମ୍ମାନ ଉତ୍ସବ ଓ ଓଡ଼ିଶା ମିଡିଆ କନକ୍ଲେଭ୍‌ ଆୟୋଜିତ ହୋଇଥାଏ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking