31.1 C
Bhubaneswar
Saturday, October 31, 2026
Homeଓଡିଶାଭୂସ୍ଖଳନରେ ନିଖୋଜଙ୍କୁ ଖୋଜିବ ନୌସେନାର ଅତ୍ୟାଧୁନିକ ହେଲିକପ୍ଟର : ରାଜସ୍ୱ ମନ୍ତ୍ରୀ

ଭୂସ୍ଖଳନରେ ନିଖୋଜଙ୍କୁ ଖୋଜିବ ନୌସେନାର ଅତ୍ୟାଧୁନିକ ହେଲିକପ୍ଟର : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର:ଭୂସ୍ଖଳନ ପରେ ମାଟି ତଳେ ନିଖୋଜ ଥିବା ଲୋକଙ୍କୁ ଠାବ କରିବା ପାଇଁ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯିବ। ନୌସେନାର ଅତ୍ୟାଧୁନିକ ହେଲିକପ୍ଟର ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ। ହେଲିକପ୍ଟର ମାଧ୍ୟମରେ ମାଟି ତଳେ କେହି ଫସି ରହିଛନ୍ତି କି ନାହିଁ, ତାହା ସ୍କାନ୍ କରାଯାଇ ନିଖୋଜଙ୍କୁ ଠାବ କରିବାକୁ ଉଦ୍ୟମ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରଟି ଭଞ୍ଜନଗର ଅଭିମୁଖେ ଯାତ୍ରା କରିବ। ଏହାଦ୍ୱାରା ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ନିଖୋଜଙ୍କ ସନ୍ଧାନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଆଶା ରହିଛି। ଉଦ୍ଧାର କାର୍ଯ୍ୟରେ ରେଳବାଇର ସହଯୋଗ ମଧ୍ୟ ଲୋଡ଼ାଯାଇଛି। ଏଥିପାଇଁ ରେଳବାଇର ଏକ ବିଶେଷଜ୍ଞ ଟିମ୍ ଗଞ୍ଜାମ ଗସ୍ତ କରିବ। ଅନ୍ୟପକ୍ଷରେ ମାଟି ଓ ପଥର ହଟାଇବା ପାଇଁ ପୁଲିଂ ମେସିନ୍‌ର ସହାୟତା ନିଆଯିବ। ଘଟଣାସ୍ଥଳରେ ଶତାଧିକ ଶ୍ରମିକ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ନିଖୋଜଙ୍କୁ ସୁରକ୍ଷିତ ଭାବେ ଠାବ କରିବା ସହ ମାଟି ତଳେ ଫସିଥିବା ସମ୍ଭାବ୍ୟ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଉପରେ ପ୍ରଶାସନ ପ୍ରାଥମିକତା ଦେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking