29.1 C
Bhubaneswar
Monday, November 18, 2024
Homeଓଡିଶାଦଳୀୟ ନେତାଙ୍କୁ ନବୀନଙ୍କ ଚିଠି

ଦଳୀୟ ନେତାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର :  ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଭକ୍ତି, ଶ୍ରଦ୍ଧା ଏବଂ ସମ୍ମାନର ସହିତ ନିରାଡ଼ମ୍ବରରେ ପାଳନ କରାଯିବ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ଏଥୁ ସହିତ ଆସନ୍ତା ମାର୍ଚ୍ଚ ୮ ତାରିଖରେ ବିଜୁ ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ତଥା ସଦସ୍ୟା ମାନଙ୍କ ଦ୍ଵାରା ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅମୁଲ୍ୟ ଅବଦାନ ସହିତ ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ସରକାରଙ୍କ ପ୍ରତିବଦ୍ଧତା ତଥା ସେ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ ।

କୋଭିଡ୍ ନିୟମ କଡାକଡି ଭାବେ ପାଳନ ପୂର୍ବକ ବିଜୁ ବାବୁଙ୍କ ଜୟନ୍ତୀ ଏବଂ ଆନ୍ତର୍ଜାତିକ ମହିଳା ସମାବେଶ ପାଳିତ ହେବ । ବିଜୁ ବାବୁ ଓଡ଼ିଶାର ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ନୀତି ଏବଂ ଆଦର୍ଶକୁ ଆଧାର କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖୁଛି | ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ପ୍ରଶାସନକୁ ଅଧିକ ଉତ୍ତରଦାୟୀ, ସ୍ୱଚ୍ଛ, ପ୍ରଗତିଶୀଳ ଏବଂ ଲୋକାଭିମୂଖୀ କରିବା ପାଇଁ 5-T ମନ୍ତ୍ର ସହିତ ‘ମୋ ସରକାର’ ଭଳି ଅନୁକରଣୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଶାସନିକ ତଥା ବିକାଶ ପ୍ରକ୍ରିୟାରେ ପୂର୍ଣ ପରିବର୍ତ୍ତନ ଅଣାଯାଇ ନୂଆ ଓଡ଼ିଶା ଗଢ଼ିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି । ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳ ତରଫରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଏହି ଅସାମାନ୍ୟ ଉପଲବ୍ଧ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବା ପାଇଁ ମୁଁ ଏ ଅବସରରେ ଆହ୍ବାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking