ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଚିଠି ଲେଖିଲେ । ଗଞ୍ଜାମ, ପୁରୀ , କଟକ ଗସ୍ତ ପରେ ଚିଠି ଲେଖିଲେ ନବୀନ । ଚିଠିରେ ଲେଖାଯାଇଛି ଯେ ଜଗତସିଂହପୁର, କେନ୍ଦ୍ରାପଡା ଯାଇ ଚାଷୀଙ୍କୁ ଭେଟିଥିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଶୀଙ୍କୁ ଭେଟିଥିଲେ ନବୀନ । ବହୁସ୍ଥାନରେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚାଷୀ ଓ ଚାଷୀଙ୍କ ପରିବାର ଚରମ ବିପଯ୍ୟୟକୁ ସାମ୍ନା କରୁଛନ୍ତି । ବର୍ତ୍ତମାନ ସ୍ଥିତିକୁ ନେଇ ଚାଷୀ ଭାଙ୍ଗି ପଡିଛନ୍ତି । ଏନେଇ ଚାଷୀଙ୍କ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ । ନବୀନ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି , ଏଭଳି ଦୟନୀୟ ଘଟଣା ବିଗତ ବର୍ଷରେ ଘଟିନଥିଲା । ଯଦି ସରକାର ଆଗରୁ ବର୍ଷାର ଆକଳନକୁ ନେଇ ଜଣାଇ ଥାନ୍ତେ ତେବେ ଏଭଳି ଦୁର୍ଦ୍ଦଶା ଆଜି ଦେଖିବାକୁ ପଡି ନଥାନ୍ତା । ଏହି କାମ ବହୁତ ଶୀଘ୍ର ଆଗକୁ ନେଇ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।