ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଖଣି ସଂଶୋଧନ ବିଲ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସାଂସଦଙ୍କୁ ଚିଠି ଲେଖି କହିଛନ୍ତି, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, ଓଡିଶା ପାଇଁ ଲଢନ୍ତୁ । ସୂଚନାଥାଉକି, ପୂର୍ବରୁ ଏମଏମଡିଆର ସଂଶୋଧିତ ବିଲ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ନବୀନ।









