19.1 C
Bhubaneswar
Monday, November 25, 2024
Homeଓଡିଶାହାଇଦ୍ରାବାଦରେ ବହୁ ଶିଳ୍ପପତିଙ୍କୁ ଭେଟିଲେ ନବୀନ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ କଲେ ଆମନ୍ତ୍ରଣ

ହାଇଦ୍ରାବାଦରେ ବହୁ ଶିଳ୍ପପତିଙ୍କୁ ଭେଟିଲେ ନବୀନ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ କଲେ ଆମନ୍ତ୍ରଣ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ କଲେ ଓଡ଼ିଶା ସରକାର ସିଙ୍ଗଲ୍ ୱିଣ୍ଡୋ ଜରିଆରେ ଜମି, ବିଦ୍ୟୁତ୍‌, ଜଳ ଭଳି ସବୁ ପ୍ରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ । ଏଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପୁଞ୍ଜିନିବେଶ କଲେ କିଛି ସମସ୍ୟା ନାହିଁ । ଇନ୍‌ଭେଷ୍ଟରଙ୍କ ପାଇଁ ଓଡ଼ିଶା ଏକ ‘ବେଷ୍ଟ ଡେଷ୍ଟିନେସନ’ । ତେଣୁ ଆପଣମାନେ ଆସନ୍ତୁ ଏବଂ ଓଡ଼ିଶା ବିକାଶ ଧାରାରେ ସାମିଲ ହୁୃଅନ୍ତୁ । ଦୁବାଇ, ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ପୁଞ୍ଜିପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ସମାନ ପ୍ରତିଶ୍ରୁତି ଦେଇଛନ୍ତି ।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମିଳିତ ସହଯୋଗରେ (ଫିକି) ଓଡ଼ିଶା ସରକାର ହାଇଦ୍ରାବାଦ୍‌ରେ ଆୟୋଜନ କରିଥିବା ରୋଡ୍ ଶୋ’ ଓ ‘ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଭାଗନେବା ପାଇଁ ମୁଖ୍ୟମନ୍ତ୍ରୀ ଆଇଟି ସିଟିରେ ପହଞ୍ଚି ନିବେଶକମାନଙ୍କୁ ପୁଞ୍ଜିନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଆହ୍ୱାନ ଦେଇଛନ୍ତି । ତିନୋଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦ ଉଦ୍ୟୋଗପତିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ୪୦ ବୈଠକରେ ପ୍ରାୟ ୩୫୦ ଶିଳ୍ପପତିଙ୍କ ସହ ସେ ବିସ୍ତୃତ ଆଲୋଚନା କରିଛନ୍ତି ।

ସେମାନଙ୍କ ମଧ୍ୟରେ ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା, ଡେଲ୍‌ଏଟ୍ ଏମ୍‌ଡି ଏନ୍‌.ଭେଙ୍କଟରମଣ, ପିଡବ୍ଲ୍ୟୁସିର ଆଡ୍‌ଭାଇଜର ଅର୍ଣ୍ଣବ ବସୁ, ବିଜୟନଗରମ୍ ବାୟୋଟେକ୍ ଏମ୍‌ଡି ଡିଭି ରାଜୁ, ନେପଚ୍ୟୁନ୍ସ୍ ବିଲ୍ଡର ଏମ୍‌ଡି ଏମ୍‌ଭି ରମନା, ସୃଷ୍ଟି କଣ୍ଟେନର ସିଇଓ ରାଜଶେଖର ରେଡ୍ଡୀ, ତୋଷାଳୀ ସିମେଣ୍ଟ୍ ସିଏମ୍‌ଡି ଏମ୍‌ଏସ୍‌ଆର୍‌ଭି ପ୍ରସାଦ, ମହାସିମେଣ୍ଟର ଅଧ୍ୟକ୍ଷ ରାମେଶ୍ୱର ରାଓ ପ୍ରମୁଖ ଅନ୍ୟତମ ଥିଲେ ।

ସେହିପରି ମାଇକ୍ରୋସଫ୍ଟ ଇଣ୍ଡିଆ ଏମ୍‌ଡି ରାଜୀବ କୁମାର, ଆରୋନ୍ କ୍ୟାପିଟାଲ ଏମ୍‌ଡି ଡେଭିଡ୍ ଓଲ୍ଫ, ଚୁବ୍ କମ୍ପାନୀର ସିଏଫ୍‌ଓ ଶ୍ରୀକାନ୍ତ ଲାଙ୍କା, ଓରାକଲ୍ ଇଣ୍ଡିଆର ଏମ୍‌ଡି ଶୈଳେନ୍ଦ୍ର କୁମାର, କ୍ରେନ୍ ଗ୍ଲୋବାଲ ସଲ୍ୟୁସନର ନିର୍ଦ୍ଦେଶକ କେ. ରାଘବ ରାମ, କ୍ୱାଲକମ୍ ନିର୍ଦ୍ଦେଶକ ଚନ୍ଦ୍ରଶେଖର କୁମିଲି, ଆପୋଲୋ ହସ୍ପିଟାଲର ଏମ୍‌ଡି ଅନିନ୍ଦିଥ୍ ରେଡ଼୍ଡ଼ୀ, କିମ୍ସ ହାଇଦ୍ରାବାଦର ଏମ ବି. ଭାସ୍କର ରାଓ, ଏସ୍‌ଏମ୍‌ଏସ୍ ଫାର୍ମାର ଅଧ୍ୟକ୍ଷ ରମେଶ ବାବୁ, ବିବିଏମ୍ ବୋମିଦଲ୍ଲା ଗ୍ରୁପ୍‌ର ରାଜା ଭି ବୋମିଦଲ୍ଲା, ଲଉରସ୍ ଲାବର ସିଇଓ ସତ୍ୟନାରାୟଣ ଚଭା ଏବଂ ହାଇଦ୍ରାବାଦ ଏଞ୍ଜେଲସର ଉପାଧ୍ୟକ୍ଷ ରାଜେଶ୍ ମାନ୍ଥନା ପ୍ରମୁଖ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ତେବେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ଥିଲା ଆଇଟି, ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଏବଂ ମେଟାଲ ଡାଉନ୍‌ଷ୍ଟ୍ରିମ କ୍ଷେତ୍ର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିିଶାରେ ଏକ ନୂତନ ଶିଳ୍ପ ଯୁଗର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଶିଳ୍ପାୟନ ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ପ୍ରତି ୨ ବର୍ଷରେ ଥରେ ଏହି କାର୍ଯ୍ୟକ୍ରମ ହେଉଛି । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ଏଥିରେ ବହୁ ସଂଖ୍ୟାରେ ଶିଳ୍ପପତିମାନେ ଯୋଗଦେଇ ଏହାକୁ ସଫଳ କରିବା ସହ ରାଜ୍ୟରେ ବିଭିିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ଆମନ୍ତ୍ରଣ କରିଛନ୍ତି । ଏହି ନିବେଶକ ସମ୍ମିଳନୀରେ ଆଗୁଆ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ କିଛି ବରିଷ୍ଠ ପଦାଧିକାରୀ ବେଙ୍ଗାଲୁରୁ ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking