27.1 C
Bhubaneswar
Saturday, July 6, 2024
Homeଓଡିଶାନବୀନ-ମମତା ଭେଟ

ନବୀନ-ମମତା ଭେଟ

ଭୁବନେଶ୍ୱର: ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ମମତାଙ୍କ ଆଲୋଚନା । ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କଲେ ମମତା ।ଆଜି ନବୀନଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଥିବାବେଳେ ମମତା ନବୀନଙ୍କ ସହ କଣ କଥା ହେବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ କରିବେ ବୋଲି ବିଶେଷଜ୍ଞ କହୁଛନ୍ତି । ଅଣ ବିଜେପି, ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ କରି ତାର ନେତୃତ୍ୱ ମମତା ନେଇ ପାରନ୍ତି ବୋଲି ଚର୍ଚା ହେଉଛି । ଏହି ଚର୍ଚାର ଖୋରାକ ଯୋଗାଉଛି ନବୀନ ମମତା ଭେଟଘାଟ । ଦୁଇ ଭାଇ ଭଉଣୀ ମିଶି କିଛି ବଡ ନିଷ୍ପତି ନେବେ କି ତାହା ମଧ୍ୟ ଏହି ସମୟର ଗୋଟିଏ ବଡ ପ୍ରଶ୍ନ ଅଟେ । ମମତା ଯଦି ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟ ପାଇଁ ନିମନ୍ତ୍ରଣ କରନ୍ତି ନବୀନଙ୍କ ଉତର କଣ ହେବ? ସମଦୂରତ୍ୱର ଫରମୂଲାକୁ ନିଜ ରାଜନୈତିକ ଚିନ୍ତାଧାରାରେ ସବୁବେଳେ ରଖିଥିବା ନବୀନ ମମତଙ୍କୁ କଣ ଦେଇପାରନ୍ତି ଉତର, ତାକୁ ନେଇ ଅଲୋଚନା ଜୋରଧରିଛି ।

ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking