ଭୁବନେଶ୍ୱର: ବିରୋଧୀଦଳ ନେତା ନବୀନଙ୍କୁ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ଜବାବ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ପୋଷ୍ଟ କରି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି । ସେ ଲେଖିଛନ୍ତି ଯେ ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା। ୭ ବର୍ଷ ଧରି ନବୀନଙ୍କ ଲିଗାଲ୍ ଟିମ ରାଜକୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି। କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ।
ମହାନଦୀ ମାମଲାରେ @Naveen_Odisha ମୁଁହ ଖୋଲିବା ପୂର୍ବରୁ ଆତ୍ମ ସମୀକ୍ଷା କରିବାର ଉଚିତ ଥିଲା | ସାତ ବର୍ଷ ଧରି ନବୀନ ବାବୁଙ୍କ legal ଟିମ ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରି ପଇସା ଟିକର ସୁଫଳ ପାଇ ନ ଥିଲେ | ବିଜେପି ସରକାରକୁ ଆସିବା ପରେ ମାନ୍ୟବର ମୁଖ୍ୟ ମନ୍ତୀ @MohanMOdisha ଙ୍କ ସକାରାତ୍ମକ ଚିନ୍ତା ଧାରା ଏବଂ… https://t.co/LJFnlBcJsz
— Pitambar Acharya (@AcharyaPitamba1) February 7, 2026
ସେ ଆହୁରି କହିଛନ୍ତି ଯେ ଏଜି ଦାୟିତ୍ବ ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା। ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ମୋ ଉପସ୍ଥିତିର ଆଦୌ ଆବଶ୍ୟକ ନ ଥିଲା। ନବୀନ ବାବୁଙ୍କ ଉକ୍ତି ନୈରାଶ୍ୟଜନକ, ହଠାତ ନିଦରୁ ଉଠି ପ୍ରଳାପ ଭଳି। ଆଜି ଟ୍ରିବ୍ୟୁନାଲରେ ଶୁଣାଣିରେ ଏଜିଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ ନବୀନ।
ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ କୌଣସି ଆନ୍ତରିକତା ନାହିଁ: ନବୀନ










