28.1 C
Bhubaneswar
Sunday, September 8, 2024
Homeଓଡିଶାଓଡିଶା ବିଜେପିକୁ ନବୀନ ଗ୍ୟାରେଣ୍ଟି ଦ୍ୱାରା ମାଗଣା ବିଜୁଳିର ଝଟ୍‌କା ଜୋରରେ ଲାଗିଛି: ବିଜେଡି

ଓଡିଶା ବିଜେପିକୁ ନବୀନ ଗ୍ୟାରେଣ୍ଟି ଦ୍ୱାରା ମାଗଣା ବିଜୁଳିର ଝଟ୍‌କା ଜୋରରେ ଲାଗିଛି: ବିଜେଡି

 ବିଜେପି ଶୀର୍ଷ ନେତୃତ୍ୱ ଜାଣିଶୁଣି ନିର୍ବାଚନୀ ସଭାରେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି
 ଓଡିଶାର ସମସ୍ତବର୍ଗର ବିଜୁଳି ଦର ବିଜେପି ଶାସିତ ରାଜ୍ୟର ବିଜୁଳି ଦର ଠାରୁ କମ୍‌
ଭୁୁବନେଶ୍ୱର, : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡିଶାରୁ ତାମିଲନାଡୁକୁ ଶସ୍ତାରେ ବିଜୁଳି ଯୋଗାଣର ଅଭିଯୋଗକୁ ଦୃଢ଼ ଖଣ୍ଡନ କରିବା ସହିତ ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି କ୍ଷ ବିଜେପିର ଶୀର୍ଷ ନେତୃତ୍ୱ ଏହି ମିଥ୍ୟା ତଥ୍ୟ ଉଦେଶ୍ୟମୂଳକ ଭାବେ ପରିବେଷଣ କରି ଓଡିଶାବାସୀଙ୍କୁ ଭୁଆଁ ବୁଲାଇ କିଛି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ କ୍ଷ ଡ଼ଃ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଭାରତ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟରୁ ବଳକା ବିଜୁଳି ଜାତୀୟ ଗ୍ରୀଡ଼କୁ ପ୍ରଦାନ କରା ଯାଇଥାଏ ଓ ସେଣ୍ଟ୍ରାଲ ଇଲେକଟ୍ରିସିଟି ରେଗୁଲେଟରୀ କମିସନ (ସି.ଇ.ଆର.ସି ) ଏହାକୁ ବିଭିନ୍ନ ବିଦ୍ୟୁତ ନିଅଣ୍ଟ ରାଜ୍ୟକୁ ସେମାନଙ୍କ ଚାହିଦା ଅନୁଯାୟୀ ପ୍ରଦାନ କରିଥାଏ କ୍ଷ ଏହି ସଂସ୍ଥା ଦ୍ୱାରା ବିଦ୍ୟୁତ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରା ଯାଇଥାଏ କ୍ଷ ଓଡ଼ିଶାରେ ଏନଟିପିସି ମାଧ୍ୟମରେ ପ୍ରାୟ ୪୬୦୦ ୟୁନିଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ, ଓଡ଼ିଶାକୁ ମାତ୍ର ୧୩୫୮ ୟୁନିଟ ବିଜୁଳି ମିଳିଥାଏ ଓ ବଳକା ବିଜୁଳି ସିଇଆରସି ମାଧ୍ୟମରେ ଅନ୍ୟ ରାଜ୍ୟ ମାନଙ୍କୁ ପ୍ରଦାନ କରା ଯାଇଥାଏ କ୍ଷ ଏହି କ୍ରମରେ ବର୍ତ୍ତମାନ ବିହାରକୁ ୭୨୯ ୟୁନିଟ, ତାମିଲନାଡୁକୁ ୫୦୦ ୟୁନିଟ, ପଶ୍ଚିମବଙ୍ଗକୁ ୩୭୦ ୟୁନିଟ, ଝାରଖଣ୍ଡକୁ ୨୧୮ ୟୁନିଟ, କେରଳକୁ ୪୩୦ ୟୁନିଟ ପ୍ରଦାନ କରାଯାଉଛି କ୍ଷ କେଉଁ ରାଜ୍ୟକୁ କେତେ ବିଜୁଳି ଦିଆଯିବ ଓ ଏହାର ୟୁନିଟ ପିଛା ମୂଲ୍ୟ କେତେ ରହିବ ତାହା ସିଇଆରସି ଦ୍ୱାରା ନିର୍ଦ୍ଧାରଣ କରା ଯାଇଥାଏ କ୍ଷ ଏହି ପରିପ୍ରେକ୍ଷୀରେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ କରାଯାଇଥିବା ଅଭିଯୋଗ ଯଥା, ଓଡିଶା ଦ୍ୱାରା ତାମିଲନାଡୁକୁ ଶସ୍ତା ଦରରେ ବିଜୁଳି ଯୋଗାଣ, କେବଳ ମିଥ୍ୟା ଓ କପୋଳ କଳ୍ପିତ ନୁହେଁ ବରଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ କ୍ଷ ଜାଣି ଶୁଣି ନିର୍ବାଚନୀ ସଭାରେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରି କିଛି ଭୋଟ ହାତେଇବାର ସେମାନଙ୍କର ଉଦ୍ଦେଶ୍ୟ ବୋଲି ଏଥିରୁ ସ୍ପଷ୍ଟ ଅନୁମେୟ କ୍ଷ
ଡ଼ଃ ପଟ୍ଟନାୟକ ଆହୁରି କହିଥିଲେ ଯେ, ଓଡିଶା ଦ୍ୱାରା ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟରୁ ଓଡିଶାକୁ ମିଳୁଥିବା ୧୩୫୮ୟୁନିଟକୁ ବୃଦ୍ଧି କରିବାକୁ ଅନୁନ୍ୟ ଦୁଇ ଥର କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ସୁଦ୍ଧା, କେନ୍ଦ୍ର ଏହାକୁ ଅଣଦେଖା କରିଛି କ୍ଷ ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଉତ୍ପାଦିତ ହେଉଥିବା ବିଜୁଳି ଦ୍ୱାରା ଓ ଏଥିରେ ବ୍ୟବହାର ହେଉଥିବା କୋଇଲା ଉତ୍ପାଦନ ସମୟରେ ଓଡ଼ିଶାର ପରିଵେଶ ପ୍ରଦୂଷିତ ହେଉଥିବାରୁ, ଉତ୍ପାଦିତ ହେଉଥିବା ବିଜୁଳି ଉପରେ ଓଡ଼ିଶାର ଅଧିକାର ରହିଛି ବୋଲି, କେନ୍ଦ୍ରକୁ ଦିଆ ଯାଇଥିବା ଚିଠିରେ ଓଡିଶା ତରଫରୁ ଉଲ୍ଲେଖ କରାଯାଇଛି କ୍ଷ
ଅପରପକ୍ଷରେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡ଼ିଶାରେ ବିଜୁଳି ଦର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବୋଲି କରା ଯାଉଥିବା ଦାବିକୁ ମଧ୍ୟ ଡ଼ଃ ପଟ୍ଟନାୟକ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଓ ବିଭିନ୍ନ ରାଜ୍ୟର ବିଜୁଳି ଦରର ତଥ୍ୟ ପ୍ରଦାନ କରି ଓଡ଼ିଶାର ବିଜୁଳି ଦର ସର୍ବନିମ୍ନ ବୋଲି ପ୍ରମାଣିତ କରିଥିଲେ କ୍ଷ ତାଙ୍କ ଦ୍ୱାରା ଦିଆ ଯାଇଥିବା ତଥ୍ୟ ଅନୁଯାୟୀ, ୩ କିଲୋୱାଟ ୧୦୦ ୟୁନିଟ ବିଜୁଳି ଘରୋଇ ବିଜୁଳି ଖାଉଟି ମାନଙ୍କ ପାଇଁ ଓଡ଼ିଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଏହା ୯ ଟଙ୍କା ୮୦ ପଇସା ଓ ଗୁଜୁରାଟରେ ଏହା ୬ ଟଙ୍କା ୧୭ ପଇସା ରହିଛି କ୍ଷ ସେହିପରି, ଶିଳ୍ପ ପାଇଁ ବ୍ୟବହାର ହେଉଥିବା ବିଜୁଳି ଦର କ୍ଷେତ୍ରରେ, ଓଡ଼ିଶାରେ ପ୍ରଚଳିତ ହେଉଥିବା ଦର ମଧ୍ୟ ସର୍ବନିମ୍ନ ରହିଛି କ୍ଷ କ୍ଷୁଦ୍ରଶିଳ୍ପ ଗୁଡିକୁ ଓଡ଼ିଶାରେ ପ୍ରତି ୟୁନିଟ ୬ ଟଙ୍କା ୪୭ ପଇସା ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଏହା ୯ ଟଙ୍କା ୩୯ ପଇସା ଓ ଗୁଜୁରାଟରେ ୭ ଟଙ୍କା ୭୮ ପଇସା ରହିଛି କ୍ଷ ବୃହତ ଶିଳ୍ପଙ୍କ ପାଇଁ ଓଡ଼ିଶାରେ ପ୍ରତି ୟୁନିଟ ୬ ଟଙ୍କା ୬୨ ପଇସାରେ ମିଳୁଥିବା ବେଳେ ଏହା ଉତ୍ତରପ୍ରଦେଶରେ ୭ ଟଙ୍କା ୯୨ ପଇସା ଓ ଗୁଜୁରାଟରେ ୭ ଟଙ୍କା ୬୬ ପଇସାରେ ମିଳୁଛି କ୍ଷ ଓଡିଶା ସରକାରଙ୍କ ଉତ୍ତମ ଶିଳ୍ପ ନୀତି ଓ ସୁଲଭ ମୂଲ୍ୟରେ ବିଜୁଳି ଉପଲବ୍ଧ ହେଉଥିବାରୁ, ଦେଶ ବିଦେଶରୁ ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ମାନେ ଓଡିଶାର ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଓ ଓଡିଶା ପୁଞ୍ଜିପତି ମାନଙ୍କ ଦ୍ଵିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି କ୍ଷ

(ଡଃ ପ୍ରିୟବ୍ରତ ମାଝୀ)
ମୁଖପାତ୍ର, ବିଜୁ ଜନତା ଦଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking