26.1 C
Bhubaneswar
Thursday, September 19, 2024
Homeଓଡିଶାନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରୁହନ୍ତୁ : ପ୍ରଶାନ୍ତ

ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରୁହନ୍ତୁ : ପ୍ରଶାନ୍ତ

ଭୁବନେଶ୍ୱର : ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରୁହନ୍ତୁ କହିଲେ ପ୍ରଶାନ୍ତ । ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି, ସୁରକ୍ଷା ଦିଅନ୍ତି । ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି । ଏବେ ରାଜନୈତିକ ବ୍ୟବସ୍ଥାରୁ ସେ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡରେ ବୋଲି କହିଲେ ପ୍ରଶାନ୍ତ । ଏବେ ଓନଲି ଆକ୍ସନ, ନୋ ରିଆକ୍ସନ । ତେବେ ବିଜେପିରେ ମିଶିଲା ପରେ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ବିଜେପିରେ ମିଶଇ ମୁଁ ଆଜି ବହୁତ ଖୁସି । ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରନେତୃତ୍ୱ ମୋତେ ପ୍ରେରଣା ଦେଇଛି । ବିଜେଡିରେ ଥିଲା ବେଳୁ ମୁଁ ମୋଦିଙ୍କୁ ସମ୍ମାନ ଜଣାଉଥିଲି । ଏଭଳି ପ୍ରଧାନମନ୍ତ୍ରୀଙ୍କ ସୈନିକ ଭାବେ କାମ କରିବି , ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ନିଜର ଶତାଧିକ କର୍ମୀଙ୍କ ସହ ‘ଜୟ ଶ୍ରୀରାମ’ ନାରା ଦେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ତେ ଜାଣନ୍ତି ଯେ ଗତ କିଛି ଦିନ ହେଲା ବିଜେଡି ନେତା ଓ କର୍ମୀ ‘ଜୟ ଜଗନ୍ନାଥ’ ନାରା ଦେଉଥିବାବେଳେ ବିଜେପି କର୍ମୀ ଓ ନେତା ‘ଜୟ ଶ୍ରୀରାମ’ ନାରା ଦେଉଛନ୍ତି । ଏହି ସମୟରେ ପ୍ରଶାନ୍ତ ହସ ହସ ମୁହଁରେ ‘ଜୟ ଶ୍ରୀରାମ’ ନାରା ଦେଇ ପଦ୍ମ ଧରିଛନ୍ତି । ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି  ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking