25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶନାଗାଲାଣ୍ଡରେ ପ୍ରକୃତିର ତାଣ୍ଡବ

ନାଗାଲାଣ୍ଡରେ ପ୍ରକୃତିର ତାଣ୍ଡବ

କୋହିମା : ନାଗାଲାଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ । ନାଗାଲାଣ୍ଡର ଚୁମୌକେଦିମା ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଘର ଏବଂ ଜାତୀୟ ରାଜପଥ-୨୯ର ଏକ ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି। ମଙ୍ଗଳବାର ରାତିରେ ଏହି ଅଘଟଣ ଘଟିଥିବା ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି। ଜିଲ୍ଲାର ଫେରିମାରେ ପ୍ରବଳ ବର୍ଷା ହେତୁ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତା କଡ଼ରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଚୁମୌକେଦିମା ଜିଲା ପ୍ରଶାସନ ସ୍ଥିତିର ସମୀକ୍ଷା କରୁଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଏବଂ ଯଥାଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking