27.1 C
Bhubaneswar
Saturday, July 6, 2024
Homeଓଡିଶାରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା

ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ , ରାଷ୍ଟ୍ରୀୟ ସ୍ବାଭିମାନର ପର୍ବ ବର୍ଷ ପ୍ରତିପଦା। ଅନୁଷ୍ଠିତ ହୋଇ ଥିଲା ଏହି ଦିନ ସୃଷ୍ଟିର ପ୍ରଥମ ସୂର‌୍ୟ୍ୟୋଦୟ ହୋଇଥିଲା। ରାଷ୍ଟ୍ରବ୍ୟାପୀ ମହତ୍ୱପୂର୍ଣ୍ଣ ଘଟଣା ଭାବରେ ଏହି ଦିନ ବିଖ୍ୟାତ ଅଟେ।ଆଜି ଏହି ରାଷ୍ଟ୍ରୀୟ ପର୍ବ ଭାରତର ଘରେ ଘରେ ଆଦୃତ ହେବାରେ ଲାଗିଛି। ଏଥିପାଇଁ ଯଦି କାହାକୁ ଶ୍ରେୟଭାଗୀ କରାଯାଏ, ତେବେ ତାହା ହେଉଛି ସଂଘର ରାଷ୍ଟ୍ରୀୟ ବିଚାର, ଯାହା ଆତ୍ମବିଶ୍ବାସହୀନତାରେ ସଢୁଥିବା ହିନ୍ଦୁ ସମାଜକୁ ନୂତନ ସଞ୍ଜିବନୀ ସଂଚାର କରିବା ପାଇଁ ସମଗ୍ର ବିଶ୍ଵରେ କାର‌୍ୟ୍ୟରତ ସଂଘର ରଚନାତ୍ମକ କାର‌୍ୟ୍ୟ ବୋଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏନସି ପଡିଆ ଶାଖାର ବର୍ଷ ପ୍ରତିପଦା ଉତ୍ସବରେ ଯୋଗ ଦେଇ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ଡଃ ସନ୍ତୋଷ କୁମାର ମହାପାତ୍ର ଏହା କହିଥିଲେ। ରାଷ୍ଟ୍ରର ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ଉଦ୍ଦେଶ୍ୟରେ ନବବର୍ଷ ପାଳନ କରି ରାଷ୍ଟ୍ରର ନବଜାଗରଣରେ ସହଯୋଗୀ ହେବା ଆମର କର୍ତ୍ତବ୍ୟ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ମୁଣ୍ଡମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଉକ୍ତ ଉତ୍ସବର ପ୍ରାରମ୍ଭରେ ସଂଗୀତ ବିଶାରଦ ସୁଶାନ୍ତ କୁମାର ସେନାପତି,ଅକ୍ଷୟ କୁମାର ଦେଓ, ବିପ୍ଳବ ସ୍ବାଇଁ, ସତ୍ୟ ଶୋଭନ ପ୍ରଧାନ ଓ ହରମୋହନ ବିଶ୍ବାଳ ଆଦିଙ୍କ ଦ୍ଵାରା ବିଶେଷ ରାଷ୍ଟ୍ରୀୟ ସଂଗୀତ ଗାନ କରାଯାଇଥିଲା। ବୀରକିଶୋର ସାହୁ ଅତିଥି ପରିଚୟ, ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦପାଠ,ଶୁଭକାନ୍ତ ବେହେରା ଅମୃତ ବଚନ ପାଠ ଓ ସନ୍ତୋଷ ବେହେରା ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ। ଏହି କାର‌୍ୟ୍ୟକ୍ରମକୁ ଜ୍ଞାନ ରଞ୍ଜନ ରାଉତ, ବିଜୟ କୁମାର ପଣ୍ଡା,ଦିଲ୍ଲିପ କୁମାର ଜେନା, ସୁଧାଂଶୁ ଶେଖର ମଲ୍ଲ, ସୁଶାନ୍ତ କୁମାର ଜେନା, ଗୌର ଚନ୍ଦ୍ର ନାୟକ,ଦୀପଙ୍କର ପରିଡା,ଆଶିଷ ମଲ୍ଲ, ହେମନ୍ତ ସାହୁ,ତପନ ସାହୁ, ସୁଶୀଲ ଧର,ଅମିତ ମହାନ୍ତି, ଶ୍ରୀମନ୍ତ ରାୟ,ଶ୍ରୀପତି ଦାଶ, ସୁବ୍ରତ ସାମଲ,ପ୍ରମୋଦ ରାଉତ, ପରିକ୍ଷିତ ଜେନା,ବିଶ୍ବପ୍ରକାଶ ବେହୁରିଆ ଓ ପବିତ୍ର ସ୍ବାଇଁ ପରିଚାଳନା କରିଥିଲେ। ସର୍ବଶ୍ରୀ ଦେବେନ୍ଦ୍ରନାଥ ପାଣିଗ୍ରାହୀ, ସତ୍ୟବ୍ରତ ପୃଷ୍ଟି , ଡଃ ଦୁଷ୍ମନ୍ତ କୁମାର ନାୟକ, ପ୍ରଫୁଲ୍ଲ କୁମାର ବୋଇତାଇ, ଇଂ ଦିଗନ୍ତ ରାଉତ, ଅଭିମନ୍ୟୁ ଦାଶ, ପ୍ରଫୁଲ୍ଲ କୁମାର ନାୟକ, ଡଃ ଅକ୍ଷୟ କୁମାର ପଣ୍ଡା,ଇଂ ବିଶ୍ବଜିତ ମହାନ୍ତି,ଅଶୋକ ବୋଷ, ସୌମେନ୍ଦ୍ର ଜେନା, ମହାମାୟା ପ୍ରତାପ ସ୍ବାଇଁ, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ,ସରୋଜ ଦେ, ସୁରେନ୍ଦ୍ର ନାୟକ, ରବିନ୍ଦ୍ର ପରିଡା, ବନମାଳୀ ଦାସ,ଦୁର‌୍ୟ୍ୟୋଧନ ରାଉତ,ରମେଶ ବେହେରା, ବଟକୃଷ୍ଣ ପ୍ରଧାନ, ଇନ୍ଦ୍ରମଣି କର,ବ୍ରଜକିଶୋର ମହାନ୍ତି ଓ ସୁବ୍ରତ ସେନଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking