29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶବର୍ନଭିଟାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ଚେତାବନୀ

ବର୍ନଭିଟାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ଚେତାବନୀ

ନୂଆଦିଲ୍ଲୀ : ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍ସିପିସିଆ)ର୍ ପିଲାଙ୍କ ହେଲ୍ଥ ଡ୍ରିଙ୍କ୍ ‘ବର୍ନଭିଟା’କୁ ନୋଟିସ୍ ଜାରି କରିଛନ୍ତି । ବର୍ନଭିଟା ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ମୋନ୍େଡଲେଜ୍ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଏହାର ସମସ୍ତ ଉତ୍ପାଦ ଉପରେ ବିଭ୍ରାନ୍ତକାରୀ ବିଜ୍ଞାପନ, ପ୍ୟାକେଜିଂ ଏବଂ ଲେବଲର ସମୀକ୍ଷା କରି ତାହାକୁ ହଟାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦେଶବ୍ୟାପୀ ଲକ୍ଷ ଲକ୍ଷ ପିଲା ସେବନ କରୁଥିବା ବର୍ନଭିଟାର ଚକୋଲେଟ୍ ଫ୍ଲେଭର ପାଉଡରରେ ମାତ୍ରାଧିକ ଚିନି ଏବଂ ଅନ୍ୟ ହାନିକାରୀ ପଦାର୍ଥ ମିଶୁଥିବା ଅଭିଯୋଗ ଉପରେ କମିଶନ ରିପୋର୍ଟ ତଲବ କରିଛନ୍ତି । ୭ ଦିନ ଭିତରେ ଏ ବାବଦରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନ୍ସିପିସିଆର୍ ଭାରତର ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଆଇ) ଏବଂ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣଙ୍କୁ ଚିଠି ଲେଖି ଖାଦ୍ୟ ସୁରକ୍ଷା ଏବଂ ବିଜ୍ଞାପନ ଲାଗି ଥିବା ଗାଇଡଲାଇନକୁ ଉଲ୍ଲଂଘନ କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ନିକଟରେ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ରିଭାନ୍ତ ହିମତସିଙ୍ଗ୍କା ବର୍ନଭିଟାରେ ମାତ୍ରାଧିକ ଚିନି, କୋକୋଆ ସଲିଡ୍ ଏବଂ କ୍ୟାନ୍ସର ତତ୍ତ୍ୱ ଥିବା ଦାବି କରିଥିଲେ । କମ୍ପାନୀ ତାଙ୍କୁ ଲିଗାଲ ନୋଟିସ୍ ପଠାଇବା ପରେ ସେ ଉକ୍ତ ଭିଡିଓ ହଟାଇ ଦେଇଥିଲେ । କିନ୍ତୁ ସେବେ ସୁଦ୍ଧା ସେହି ଭିଡିଓ ଭାଇରାଲ ହୋଇସାରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking