27.1 C
Bhubaneswar
Friday, July 5, 2024
Homeଖେଳୱିମ୍ବଲଡନପ୍ରଥମ ରାଉଣ୍ଡ୍‌ରୁ ନାଗଲ୍ ବିଦା

ୱିମ୍ବଲଡନପ୍ରଥମ ରାଉଣ୍ଡ୍‌ରୁ ନାଗଲ୍ ବିଦା

ଲଣ୍ଡନ: ଭାରତର ଷ୍ଟାର୍ ସିଙ୍ଗଲ୍ସ ଖେଳାଳି ସୁମିତ ନାଗଲ୍ ବର୍ଷର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍ ୱିମ୍ବଲଡନ୍‌ରେ ପ୍ରଭାବିତ କରିପାରି ନାହାନ୍ତି ଏବଂ ପ୍ରଥମ ରାଉଣ୍ଡ୍‌ରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ନାଗଲ୍ ସର୍ବିୟାର ନିୟୋମିର କେକ୍‌ମାନୋଭିଚ୍‌ଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୪୪ ସହଜ ତୃଟି କରିବା ସହ ଚାରି ସେଟ୍ ବିଶିଷ୍ଟ ମ୍ୟାଚ୍‌ରେ ପରାଜିତ ହୋଇ ବାଦ୍ ପଡ଼ିଛନ୍ତି । ପୁରୁଷ ସିଙ୍ଗଲ୍ସର ମୁଖ୍ୟ ଡ୍ର’ରେ ପ୍ରଥମ ଥର ଭାଗ ନେଇଥିବା ନାଗଲ୍ ଦୁଇଘଣ୍ଟା ୩୮ ମିନିଟ୍‌ର ମୁକାବିଲାରେ ୨-୬, ୬-୩, ୩-୬, ୬-୪ରେ ପରାଜିତ ହୋଇଛନ୍ତି । ବିଶ୍ୱ ନଂ. ୫୩ ଖେଳାଳି କେକମାନୋଭିଚ୍‌ଙ୍କ ବିପକ୍ଷରେ ନାଗଲ୍ ଗୋଟିଏ ସେଟ୍ ଜିତିଛନ୍ତି । ବିଶ୍ୱ ନଂ. ୭୨ ୨୬ ବର୍ଷୀୟ ନାଗଲ୍ ମ୍ୟାଚ୍‌ରେ ୪୭ ୱିନର୍ ମାରିଥିଲେ ମଧ୍ୟ ତାଙ୍କୁ ଗ୍ରାସ୍ କୋର୍ଟରେ ସଂଘର୍ଷ କରିବାକୁ ପଡ଼ିଥିଲା । ଶେଷରେ କେକ୍‌ମାନୋଭିକ୍‌ଙ୍କ ୧୧୨ ତୁଳନାରେ ସେ କେବଳ ୧୦୪ ପଏଣ୍ଟ୍ ହାସଲ କରିବାକୁ ସଫଳ ହୋଇଥିଲେ । ସର୍ବିୟା ଖେଳାଳି ଛଅ ଆସେସ୍ ହାସଲ କରିବା ସହ କେବଳ ଦୁଇଟି ଡବଲ୍ ଫଲ୍ଟ କରିଥିଲେ । ଏହା ନାଗଲ୍‌ଙ୍କ ବିପକ୍ଷରେ କେକ୍‌ମାନୋଭିଚ୍‌ଙ୍କ ଦୁଇଟି ମ୍ୟାଚ୍‌ରେ ଦ୍ୱିତୀୟ ବିଜୟ । ଚାରିବର୍ଷ ତଳେ ଜର୍ମାନୀର କଲୋନ୍ ଏଟିପି ୨୫୦ ଇଭେଣ୍ଟ୍‌ରେ ସେ ଭାରତୀୟ ଷ୍ଟାର୍‌ଙ୍କୁ ହରାଇଥିଲେ ।  ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ହାସଲକାରୀ ନାଗଲ୍ ପାଞ୍ଚ ବର୍ଷ ମଧ୍ୟରେ ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିବାରେ ପ୍ରଥମ ଭାରତୀୟ । ଏହା ପୂର୍ବରୁ ୨୦୧୯ରେ ପ୍ରଜେ୍ଞଶ ଗୁଣେଶ୍ୱରନ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking