ପୁରୀ: ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ବରିଷ୍ଠ ସେବାୟତଙ୍କ ଘରକୁ ଯିବା ଅଭିଯୋଗ । ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ନେଇ ପହଂଚାଇବା ଅଭିଯୋଗ ହୋଇଛି । ଏନେଇ ବରିଷ୍ଠ ସେବାୟତ ଜଣଙ୍କ ପରିଚାଳନା କମିଟିର ସଦସ୍ୟ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାକୁ ପୁଷ୍ପାଳକ ଓ ଗରାବଡୁ ନିଯୋଗ ସଂପାଦକ ନିନ୍ଦା କରିଛନ୍ତି । ନାଗାର୍ଜୁନ ବେଶକୁ ସଂଗ୍ରାହଳୟରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଅଭିଯୋଗ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୁଏ । ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ । ପୂର୍ବଥର ଏହି ବେଶ ୧୬ ନଭେମ୍ବର ୧୯୯୪ ମସିହାରେ, ଓ ତା ପୂର୍ବରୁ ୨୬ ନଭେମ୍ବର ୧୯୯୩, ୩ ନଭେମ୍ବର ୧୯୬୮, ୧୬ ନଭେମ୍ବର ୧୯୬୭ ଓ ୨୬ ନଭେମ୍ବର ୧୯୬୬ରେ କରାଯାଇଥିଲା । ଚଳିତ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି ।