29.1 C
Bhubaneswar
Wednesday, April 24, 2024
Homeଅପରାଧପ୍ରେମିକ ଦେଲା ଧୋକା ; ଗର୍ଭବତୀ ହେବା ପରେ ଦେଉଥିଲା ଯୌନ ଶୋଷଣ

ପ୍ରେମିକ ଦେଲା ଧୋକା ; ଗର୍ଭବତୀ ହେବା ପରେ ଦେଉଥିଲା ଯୌନ ଶୋଷଣ

ଝାରଖଣ୍ଡ : ପ୍ରେମ ଭଳି ପବିତ୍ର ସଂମ୍ପର୍କ ନାରେ ମିଳିଲା ଧୋକା । ପ୍ରେମ ଜାଲରେ ଫସାଇ ପ୍ରେମିକାକୁ ୨ ବର୍ଷ ଯାଏଁ ଯୌନ ଶେଷଣ କରୁଥିଲା । ଯେବେ ପ୍ରେମିକା ଗର୍ଭବତୀ ହୋଇଗଲା ପ୍ରେମିକ ଜଣକ ବିବାହ ପ୍ରତିଶୃତିରୁ ଓହରି ଯାଇଥିଲା । ଯେବେ ପ୍ରେମିକା ଜଣକ ପ୍ରେମିକକୁ ଦେଖା ହେଇ ବୁଝାଇବାକୁ ଯାଇଥିଲା । ସେଠି ପୁଣି ଥରେ ପ୍ରେମିକ ତା ସହ ଯୌନ ଶୋଷଣ କରିଥିଲା । ଝିଅଟିର ଦେହ ଖରାପ ହେବାରୁ ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏପରି ଏକ ଅଭାବନୀୟ ଓ ନୀନ୍ଦନୀୟ ଘଟଣା ଘଟିଛି ଝାରଖଣ୍ଡର ଗଢୱା ଜିଲ୍ଲା ମେରାଲ ଅଞ୍ଚଳରେ । ରହୁଥିବା ପ୍ରେମିକାଙ୍କର ୨ ବର୍ଷ ପୁର୍ବେ ନିଜ ଭଉଣୀଙ୍କ ବାହାଘରରେ ଅହମ୍ମଦ ନାମକ ଜଣେ ବ୍ୟକ୍ତି ସହ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତକାର ପରେ ପ୍ରେମ ସଂମ୍ପର୍କରେ ପରିଣତ ହୋଇଥିଲା । ପ୍ରେମିକାର କହିବା ଅନୂସାରେ ଅହମ୍ମଦ ତାକୁ ବିବାହ ପାଇଁ ପ୍ରଳେଭନ ଦେଖାଇଥିଲା ଓ ୨ ବର୍ଷ ଯାଏଁ ତାର ଯୌନ ଶେଷଣ କରୁଥିଲା । ଏହି ଭିତରେ ସେ ଗର୍ଭବତୀ ହୋଇଥିଲା । ଏହା ବିଷୟରେ ସେ ନିଜ ପରିବାରବର୍ଗଙ୍କୁ ନଜଣାଇ ପ୍ରଥମେ ଅହମ୍ମଦକୁ ଖବର କରିଥିଲା । ୨୫ ନଭେମ୍ବରକୁ ପ୍ରେମିକା ଜଣଙ୍କ ପଡ଼ୋଶୀଙ୍କ ସହ ଅହମ୍ମଦକୁ ଦେଖା କରିବା ପାଇଁ ଯାଇଥିଲା । ସେଠି ଅହମ୍ମଦ ତା’ ସହ ଆଉଥରେ ଯୌନ ସଂମ୍ପର୍କ ରଖିଥିଲା । ଗର୍ଭବତୀ ଥିବା କାରଣରୁ ଝିଅଟିର ଦେହ ଖରାପ ହୋଇଯାଇଥିଲା । ମେରାଲ ପୋଲିସର କହିବା ଅନୂସାରେ ପୀଡ଼ିତା ଜଣଙ୍କ ବୟାନ ଦେବା ପରେ ଆରୋପୀକୁ ଗିରଫ କରାଯାଇଛି । ପୋଲିସ ଏହି ମାମଲାରେ ଛାନଭିନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking