ନୂଆଦିଲ୍ଲୀ : ଯଦି ଆପଣ ହାଇଦ୍ରାବାଦରେ ରହୁଛନ୍ତି ଏବଂ ଟ୍ରାଫିକ୍ ନିୟମ ପାଳନ କରୁନାହାଁନ୍ତି, ତେବେ ବର୍ତ୍ତମାନଠାରୁ ସାବଧାନ ସହୋଇଯାଆନ୍ତୁ। କାରଣ ସେଠାରେ ଥିବା ପୋଲିସ କାହାକୁ ବି ଛାଡୁ ନାହାଁନ୍ତି। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଟଲିଉଡ ଷ୍ଟାର ନାଗା ଚୈତନ୍ୟ ଟ୍ରାଫିକ ନିୟମ ଭଙ୍ଗ କରି ଜରିମାନା ଭରିଛନ୍ତି।
ସୂଚନା ଅନୁଯାୟୀ, ନାଗା କଳା ଗ୍ଲାସ ଥିବା କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟି ଥିଲା। ନିଜ ଭୁଲକୁ ସ୍ୱୀକାର କରି ଅଭିନେତା ୭୧୫ ଟଙ୍କା ଜରିମାନା ଦେଇଛନ୍ତି । ପୋଲିସକୁ ତାଙ୍କ କାରରୁ କଳା ଫିଲ୍ମ ହଟାଇବେ ବୋଲି ଆଶ୍ୱାସନା ଦେଇଛନ୍ତି।ଏହି ଘଟଣା ପରେ ହାଇଦ୍ରାବାଦ ପୋଲିସର ଦୃଷ୍ଟିରେ ସମସ୍ତେ ସମାନ ବୋଲି ସ୍ପଷ୍ଟ ହୋଇଛି। କେବଳ ଅଲୁ ଅର୍ଜୁନ ଏବଂ ନାଗା ନୁହଁନ୍ତି, ତେଲୁଗୁ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସ, କଲ୍ୟାଣ ରାମ, ଜୁନିୟର୍ ଏନଟିଆର୍, ଏବଂ ମଞ୍ଚୁ ମନୋଜ ବି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଇ ସାରିଛନ୍ତି।