14.1 C
Bhubaneswar
Saturday, January 11, 2025
Homeଓଡିଶାନାଏବ ସରପଞ୍ଚ ନିର୍ବାଚନରେ ପୁଲିସ-ଜନତା ମୁହାଁମୁହିଁ

ନାଏବ ସରପଞ୍ଚ ନିର୍ବାଚନରେ ପୁଲିସ-ଜନତା ମୁହାଁମୁହିଁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତର ନାଏବ ସରପଞ୍ଚ ପଦବି ନିମନ୍ତେ ଆଜି ନିର୍ବାଚନ ଥିଲା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଜନତା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍ୟକ୍ତ ଜନତା ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ହାତ ଭାଙ୍ଗି ଦେଇଥିବା ବେଳେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହା ସହିତ ଆଉ ୭ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି । ଏଠାରେ ବିଜୟ କୁମାର ନାୟକ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷ ଗୋଷ୍ଠୀର ନମିତା ମହାନ୍ତ ନାଏବ ସରପଞ୍ଚ ନିମନ୍ତେ କିଛି ୱାର୍ଡ ମେମ୍ବରଙ୍କୁ ନେଇ ଅଜ୍ଞାତବାସରେ ଥିଲେ । ଆଜି ସେମାନଙ୍କୁ ନେଇ ପଞ୍ଚାୟତ ଭିତରକୁ ପଶିବା ବେଳକୁ ଅପରପକ୍ଷର ଶତାଧିକ ସମର୍ଥକ ଅତର୍କିତ ଆକ୍ରମଣ କରିଥିଲେ । ଏହାକୁ ନେଇ ପ୍ରତିବାଦ କରିବାରୁ ପୋଲିସ ଉପରେ ମଧ୍ୟ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କୁ ଲୋକେ ଘୋଷାଡି ନେଇ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ହାତ ଭାଙ୍ଗି ଯାଇଛି । ତୁରନ୍ତ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆ ଯାଇଥିଲା । ତାଙ୍କ ସହିତ ଆଉ ୭ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣାରେ ଅଭିଯୁକ୍ତ ଭାବେ ୧୨ଜଣକୁ ପାଟଣା ଥାନାକୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking