22.1 C
Bhubaneswar
Sunday, December 29, 2024
Homeଓଡିଶାନବ ଦାସ ହତ୍ୟା ମାମଲା: ଗୋପାଳଙ୍କୁ ସୁରକ୍ଷା ଦେବା ନେଇ ହାଇକୋର୍ଟରେ ମାମଲା

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କୁ ସୁରକ୍ଷା ଦେବା ନେଇ ହାଇକୋର୍ଟରେ ମାମଲା

କଟକ :ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ନେଇ ହାଇକୋର୍ଟରେ ଆଜି ଏକ ମାମଲା ରୁଜୁ ହୋଇଛି । ମାମଲାର ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ନେଇ ଆବେଦନକାରୀ ଆଇନଜୀବୀ ସୁମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ,ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ ପୁଲିସ ଗିରଫ କରିଥିଲା । ମାମଲାର ତଦନ୍ତ ସହ ସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ବିଭିନ୍ନ ଜାଗାକୁ ନେବା ସହ ନାନା ପରୀକ୍ଷା କରାଇଛି । ହେଲେ ଦୁର୍ଭାଗ୍ୟବଶତଃ ଏଯାଏ ସର୍ବସମ୍ମୁଖକୁ ସତ୍ୟ ଆସିପାରିନାହିଁ ।

ନବଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା ସମଗ୍ର ରାଜ୍ୟ ପାଇଁ ଏକ ଗୁରୁତର ପ୍ରସଙ୍ଗ । ଗୋପାଳ ନିଜ ପୋଲିସ ଚାକିରି କାଳରେ ବହୁ ପୁରସ୍କାର ପାଇଛନ୍ତି । ସେ ନିଜ କାର୍ଯ୍ୟରେ ବହୁ ତତ୍ପର ଥିବା ବେଳେ କୌଣସି ଫୌଜଦାରୀ କାର୍ଯ୍ୟକଳାପ ନଥିଲା । ତାଙ୍କର ବି କୌଣସି ରାଜନୈତିକ ସମ୍ପର୍କ ବା ପ୍ରତିଦ୍ୱନ୍ଦ୍ୱିତା ନବ ଦାସଙ୍କ ସହ ନଥିଲା । ଏବେ ଗୋପାଳଙ୍କୁ ତଦନ୍ତକାରୀ ସଂସ୍ଥା ଓ କେତେକ ରାଜନୈତିକ ପାର୍ଟି ନିନ୍ଦିତ କରୁଛନ୍ତି । ପ୍ରତି ମୂହର୍ତ୍ତରେ ତାଙ୍କର ଜୀବନ ବିପଦରେ ରହିଛି । ସେହିପରି ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୟରେ ଅଛନ୍ତି । ଗୋପାଳ ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ନବ ଦାସଙ୍କ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ ସୃଷ୍ଟି କରୁଛି । ରାଜନୈତିକ ବ୍ୟକ୍ତିମାନେ ସମାଜରେ ସୁରକ୍ଷିତ ନଥିବା ବେଳେ ସାଧାରଣ ଲୋକେ ନିଜକୁ କେବେ ସୁରକ୍ଷିତ ମନେ କରୁନାହାନ୍ତି ।

ଗୋପାଳ ଦାସ ଯଦିଓ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ନଜରରେ ରହୁଛନ୍ତି, ତଥାପି ତାଙ୍କର ଓ ତାଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆବେଦନରେ ଦର୍ଶାଯାଇଛି । ଆବେଦନକାରୀ ଏହି ମାମଲାରେ ପୁଲିସ ଡିଜି, ଚୌଦ୍ୱାର ଜେଲ ଅଧୀକ୍ଷକ, ଜେଲ ବିଭାଗ ଆଇଜି ଏବଂ ଆଇଟି ସେଲ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking