28.1 C
Bhubaneswar
Wednesday, April 29, 2026
Homeଅପରାଧଝିଅ ହେବାରୁ ମାରିଦେଲା ମା

ଝିଅ ହେବାରୁ ମାରିଦେଲା ମା

ତାମିଲନାଡୁ : ଝିଅ ହେବାରୁ ନିଜ ଜନ୍ମ କଲା ଛୁଆକୁ ମାରିଦେଲା ମା । ଶିଶୁକୁ ବିଷ ଦେଇ ମାରିଦେବା ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ। ତାମିଲନାଡୁରେ ଘଟିଛି ଏପରି ଆମାନୁଶିକ ଘଟଣା ଘଟିଛି । ସୂଚନା ଅନୁସାରେ, ଗିରଫ ହୋଇଥିବା ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା। ଉଭୟଙ୍କର ୨ ବର୍ଷର ଏକ ଝିଅ ଥିଲା। ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ ସେମାନଙ୍କର ପୁଅ ଦରକାର ଥିବାରୁ ନବଜାତ ଶିଶୁକନ୍ୟାକୁ ମାରିଦେବାକୁ ଯୋଜନା କରିଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଆସିବା ପରେ ଶିଶୁଟିକୁ ବିଷାକ୍ତ କ୍ଷୀର ପିଇବାକୁ ଦେଇଥିଲେ। ଫଳରେ ତା’ର ମୃତ୍ୟୁ ହୋଇଥିଲା। ଏନେଇ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ତୁରନ୍ତ ଘର ପଛପଟେ ପୋତି ଦେଇଥିଲେ। କିନ୍ତୁ ପରିବାର ଲୋକେ ଏନେଇ ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଖୋଳତାଡ଼ କରି ପର୍ଦ୍ଦାଫାସ କରିଛି। ଝିଅ ହେବାରୁ ସି ଜୀଭା ଏବଂ ଜେ ଡାଏନା ନବଜାତ ଶିଶୁଟିକୁ ମାରି ପୋତି ଦେଇଥିବା ସ୍ୱୀକାର କରିଛିନ୍ତି। ସେପଟେ, ପୁଲିସ ପୋଷ୍ଟମୋର୍ଟମ ପାଇଁ ମାଟିତଳୁ ମୃତଦେହ ଉଦ୍ଧାର କରିବା ସହ ବାପାମାଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking