31.1 C
Bhubaneswar
Sunday, May 19, 2024
Homeଅପରାଧରଙ୍ଗମିସ୍ତ୍ରୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ଓ ଭାଇଙ୍କୁ ବାନ୍ଧିଲା ପୁଲିସ

ରଙ୍ଗମିସ୍ତ୍ରୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ଓ ଭାଇଙ୍କୁ ବାନ୍ଧିଲା ପୁଲିସ

ବାଲେଶ୍ୱର: ସିମୁଳିଆ ଥାନା ଅନ୍ତର୍ଗତ ରପେୟା ପଞ୍ଚାୟତ ବଳରାମପୁର ଗ୍ରାମ ନିକଟସ୍ଥ ରାଣୀତାଲ ମାଇନର କେନାଲ ପାଖରେ ଗତକାଲି ଜଣେ ରଙ୍ଗ ମିସ୍ତ୍ରୀଙ୍କ ଗଳାକାଟି ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରି ଫୋପାଡ଼ି ଦେବା ଘଟଣାରେ ସିମୁଳିଆ ପୁଲିସକୁ ସଫଳତା ମିଳିଛି । ଜେରା କରିବା ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ତ୍ରୀ ଏବଂ ଦିଅର ବୋଲି ଜାଣିବା ପରେ ଗତକାଲି ଉଭୟଙ୍କୁ ଗିରଫ କରିବା ସହିତ ବ୍ୟବହୃତ ମାରଣାସ୍ତ୍ର ଖଣ୍ଡା ଏବଂ ସ୍କୁଟିକୁ ପୁଲିସ ଜବତ କରିଛି । କେଉଁଭଳି ଭାବେ ଯୋଜନା କରି ପ୍ରଥମେ ହତ୍ୟା କରିବା ପରେ ମୃତ ଦେହକୁ ଘରେ ରଖି ପର ଦିନ ଅଖାରେ ଭର୍ତ୍ତି କରି ଭାଉଜ ଏବଂ ଦିଅର କେନାଲ ନିକଟରେ ଫୋପାଡ଼ି ଥିଲେ ତାର ସିନ୍‌ରିକ୍ରିଏସନ୍ କରାଯାଇଥିଲା । ପୁଲିସ ମୃତଦେହକୁ ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହିତ ଉଭୟଙ୍କୁ ଗିରଫ କରି ଥାନାରେ ରଖିଛି । ସୋମବାର କୋର୍ଟଚାଲାଣ କରାଯିବ ।

ଶନିବାର ସକାଳେ ଅଖା ଭିତରେ ଜଣେ ଯୁବକର ରକ୍ତ ଭିଜା ମୃତ ଦେହ ଉଦ୍ଧାର ହୋଇଥିଲା । ପୁଲିସ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଥିଲେ । ଯୁବକଙ୍କ ଗଳାକୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ କଟାଯାଇ ହତ୍ୟା କରାଯାଇ ଦୁଇଟି ଗୋଡ଼କୁ ବନ୍ଧା ଯାଇ ଅଖା ଭିତରେ ଭର୍ତ୍ତି କରି କେନାଲ ପାଖରେ ଫୋପାଡ଼ି ଦେଇଥିଲେ ହତ୍ୟାକାରୀ । ସୂଚନା ଯୋଗ୍ୟ ଯେ ମୃତ ରମେଶ ପ୍ରତିଦିନ ନିଶା ସେବନ କରି ସ୍ତ୍ରୀ ସହିତ ଝଗଡା ଏବଂ ମାଡପିଟ କରିଆସୁଥିଲେ । ଗତ ବୁଧବାର ରାତିରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସ୍ତ୍ରୀ’କୁ ମାତ୍ରାଧିକ ଅତ୍ୟାଚାର କରିବାରୁ ରାତିରେ ଶୋଇଥିବା ବେଳେ ସ୍ତ୍ରୀ ଏକ ଧରୁଆ ଖଣ୍ଡାରେ ତାଙ୍କ ଗଳାକୁ କାଟିଦେଇଥିବାର ସ୍ତ୍ରୀ ପୁଲିସ ନିକଟରେ ପ୍ରକାଶ କରିଛି । ମୃତ ଦେହକୁ ସେ ଦିନ ଘରେ ତଖି ଦିଅର ଜିତେଶ ଦାସ (୩୩)ଙ୍କ ସହଯୋଗ ନେଇ ଗୁରୁବାର ବିଳମ୍ବିତ ରାତିରେ ଉଭୟ ଏକ ଅଖା ଭିତରେ ମୃତ ଦେହ ଭର୍ତ୍ତି କରି ଏକ ସ୍କୁଟିରେ ଘର ଠାରୁ ପ୍ରାୟ ୬ କିଲୋମିଟର ଦୂର ଏକ କେନାଲ ପାଖରେ ଫୋପାଡ଼ି ଦେଇ ପଳାଇ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking