ପୋଲସରା : ପୋଲସରା ବ୍ଳକ ମଧୁପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ହିରାପଲ୍ଲୀ ଗ୍ରାମରେ ଦେଖା ଦେଇଛି ଏହି ଭଳି ଅଭାବନୀୟ ଘଟଣା। ଜମି ବିବାଦକୁ ନେଇ ଜଣଙ୍କ ଜୀବନ ଚାଲି ଯାଇଛି।ଗ୍ରାମ ବିଦ୍ୟାଳୟ ଜମି ସମ୍ପ୍ରସାରଣ ଚାଲିଥିବା ବେଳେ ଗ୍ରାମବାସୀ ଓ ପ୍ରଭାକର ଗୌଡ ଙ୍କ ମଧ୍ୟରେ ଦିର୍ଘ ଦିନ ହୋବ ତିକ୍ତତା ଲାଗି ରହିଥିଲା । ଗତକାଲି ଗ୍ରାମବାସୀ ଜମି ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଭାକର ଏହାକୁ ବିରୋଧ କରି ଗ୍ରାମ ବାସୀଙ୍କ ସହିତ ଝଗଡ଼ା କରିବା ସହ ଥାନାରେ ଅଭିଯୋଗ କରି ଫୋରିବା ସମୟରେ ଉତ୍ଯକ୍ତ ଗ୍ରାମବାସୀଙ୍କ ଆକ୍ରମଣ ର ସିକାର ହୋଇଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି ।
ଅନ୍ୟ ପଟେ ଗ୍ରାମବାସୀ ଙ୍କ ମତରେ ସେହି ଜମି ଗ୍ରାମର ହୋଇଥିବା ବେଳେ ପ୍ରଭାକର ଜବରଦସ୍ତ କାର୍ଯ୍ୟ କୁ ଅଟକାଇବା କୁ ଚେଷ୍ଟା କରିଥିଲା ।ପରେ ମଦ୍ୟପାନ କରି ଗ୍ରାମବାସୀ ଙ୍କୁ ଧମକ ଚମକ ଦେଉଥିବା ଓ ମଦ୍ୟପାନ କରିଥିବାରୁ ଗୋଡ ଖସି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି।
ପୋଲସରା ପୋଲିସ ଖବର ପାଇ ହିରାପଲ୍ଲୀ ଗ୍ରାମରେ ଚଢ଼ାଉ କରି ଦଶ ଜଣ ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଘର ଲୋକେ ପ୍ରଭାକର ଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ପୋଲସରା ପୋଲିସ ଶବକୁ ଜବତ କରିବା ସହିତ ବ୍ଯବଛେଦ କରିଛି । ଘଟଣା ସମ୍ପର୍କରେ ପୋଲସରା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।