31.1 C
Bhubaneswar
Sunday, May 19, 2024
Homeଅପରାଧସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ

ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କହପାଣି ଗ୍ରମାର ବୃଷଭ ବେଯୋ(୪୮) ତାଙ୍କ ଦ୍ୱିତୀୟ ସ୍ତ୍ରୀ ମଞ୍ଜରୀ ବେହେରା(୪୦) ଓ ଏକ ମାତ୍ର ଝିଅ ଗୌରୀ(୧୩) ସହିତ ସ୍ଥାନୀୟ ଗୌଡ଼ପଡ଼ାଠାରେ ରୁହନ୍ତି । ସେ ଝାରସୁଗୁଡ଼ା ସମ୍ବଲପୁର ଓ ବେଳେବେଳେ ଆଖପାଖ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରନ୍ତି । ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି ଥିବାବେଳେ ଏଣେତେଣେ ବୁଲାବୁଲି କରି ରାତ୍ରି ପ୍ରାୟ ୧୦ଟା ପରେ ଘରକୁ ଫେରିଥିଲେ ।

ଶନିବାର ସକାଳୁ ତାଙ୍କର ସ୍ତ୍ରୀ ଉଠି ଘର କାମ କରୁଥିବାବେଳେ, ସେ ସେମିତି ଶୋଇ ରହିଥିଲେ, ବହୁ ସମୟ ଧରି ନଉଠିବାରୁ ମଞ୍ଜରୀ ପାଖ ପଡ଼ୋଶୀଙ୍କୁ ଖବର ଦେଇଥିଲେ । ଖବର ପ୍ରସାରିତ ହେବାପରେ ଗାଁ ଲୋକେ ରୁଣ୍ଡ ହୋଇ ହୋଇଥିଲେ । ଖବର ପାଇ ଗୋବିନ୍ଦପୁର ଥାନା ପୋଲିସ, କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବୃଷଭଙ୍କ ବେକରେ କିଛି କ୍ଷତ ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇଥିଲା । ଏହା ସହିତ ଉପସ୍ଥିତ ଗ୍ରାମାବସୀ ବୃଷଭଙ୍କ ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଥିଲେ । ପରେ ପୋଲିସ ଅନୁସନ୍ଧାନ କଲାବେଳେ ମଞ୍ଜରୀଙ୍କ କଥାରେ ସାମଞ୍ଜସ୍ୟ ରହି ନଥିଲା ।

ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷ ମଞ୍ଜରୀ ହିଁ ତାଙ୍କ ସ୍ୱାମୀକୁ ହତ୍ୟା କରିଛି ବୋଲି ପାଟିତୁଣ୍ଡ କରିଥିଲେ । ତାକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ପୋଲିସ ମଞ୍ଜରୀକୁ ଥାନାକୁ ନେଇ ପଚରାଉଚରା କଲାପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking