ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି। ଏୟାରଫିଲଡ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ନୁଆସାହି ଅଞ୍ଚଳର କିଛି ଯୁବକ ରାତିରେ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ।
ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ କପିଳେଶ୍ଵର ଅଞ୍ଚର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ଦୀପୁ ରାଉତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।