14.1 C
Bhubaneswar
Saturday, January 11, 2025
Homeଓଡିଶାପୌର ନିର୍ବାଚନ : ମଇଦାନରେ ୬,୪୧୧ ପ୍ରାର୍ଥୀ, ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୬୪୧

ପୌର ନିର୍ବାଚନ : ମଇଦାନରେ ୬,୪୧୧ ପ୍ରାର୍ଥୀ, ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୬୪୧

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ।  ନିର୍ବାଚନରେ ୭,୦୫୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ତେବେ ଆଜି ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ଦିବସରେ ୬୪୧ ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ମଇଦାନରେ ୬,୪୧୧ ଜଣ ରହିଛନ୍ତି । ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୭ ତାରିଖରେ ଶେଷ ହୋଇଥିଲା । ମୋଟ ୭,୧୫୨ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଭରିଥିଲେ । ୬,୪୫୯ ଜଣ କାଉନସିଲର ତଥା କର୍ପୋରେଟର ପଦ ଲାଗି ନାମାଙ୍କନ ଭରିଥିବା ବେଳେ ୬୯୩ ଜଣ ପୌରାଧ୍ୟକ୍ଷ ତଥା ମେୟର ପଦଲାଗି  ନାମାଙ୍କନ କରିଥିଲେ । ୯ ତାରିଖରେ ହୋଇଥିବା ନାମାଙ୍କନ ଯାଞ୍ଚ ପ୍ରକ୍ରିୟାରେ ୧୦୦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଏଣୁ ୭,୦୫୨ ପ୍ରାର୍ଥୀ ମଧ୍ୟରେ ୬୭୧ ଜଣ ପୌରାଧ୍ୟକ୍ଷ/ମେୟର ପଦପାଇଁ ଏବଂ ୬,୩୮୧ ଜଣ କାଉନସିଲର/କର୍ପୋରେଟର ପଦବୀ ପାଇଁ ଲଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ତେବେ ୧୪ ତାରିଖ ଅର୍ଥାତ୍ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ସୁଦ୍ଧା ୬୪୧ ଜଣ ଯୋଗ୍ୟ ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି । ଏମାନଙ୍କ ମଧ୍ୟରେ ୧୦୨ ଜଣ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ଏବଂ ୫୩୯ ଜଣ କାଉନସିଲର/କର୍ପୋରେଟର ପଦ ଲାଗି ମନୋନୟନ ପତ୍ର ଭରିଥିଲେ । ବର୍ତ୍ତମାନ ୫୬୯ ଜଣ ପୌରାଧ୍ୟକ୍ଷ/ମେୟର ପଦପାଇଁ ଏବଂ ୫,୮୪୨ ଜଣ କାଉନସିଲର/କର୍ପୋରେଟର ପଦପାଇଁ ନିଜର ଭାଗ୍ୟ ପରୀକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking