19.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପରାଜୟକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍ କ୍ଷୁବ୍ଧ

ପରାଜୟକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍ କ୍ଷୁବ୍ଧ

ଲକ୍ଷ୍ନୌ : ଚଳିତ ଆଇପିଏଲ୍‌ର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ରନ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଠାରୁ ପରାଜିତ ହୋଉଛି । ଏହି ପରାଜୟ ଫଳରେ ମୁମ୍ବାଇ ପ୍ଲେଅଫ୍‌ରୁ ବାଦ୍ ପଡ଼ିବା ବିପଦ ଦେଖାଦେଇଛି । ଟିମ୍‌ର ପରାଜୟ ପରେ କୋଚ୍ ବହୁ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା । ଅସଲରେ ଟିମ୍‌ର ବୋଲର୍‌ମାନେ ପୁଣିଥରେ ଡେଥ୍ ଓଭର୍‌ରେ ନିରାଶ କରିଥିଲେ । ଏହି କାରଣରୁ ଟିମ୍‌ର ବୋଲିଂ କୋଚ୍ ଶେନ୍ ବଣ୍ଡ୍ କ୍ଷୁବ୍ଧ ହୋଇଛନ୍ତି ।

ସେ କହିଛନ୍ତି, ଟିମ୍ ବାରମ୍ବାର ଗୋଟିଏ ଭୁଲକ ଦୋହରାଉଛି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇକୁ ବିଜୟ ପାଇଁ ଅନ୍ତିମ ଓଭର୍‌ରେ ୧୧ ରନ୍‌ର ଆବଶ୍ୟକତା ଥିବାବେଳେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ବାମହାତୀ ବୋଲର୍ ମୋହସିନ୍ ଖାନ୍ ଆକର୍ଷଣୀୟ ବୋଲିଂକରି ଲକ୍ଷ୍ନୌକୁ ୫ ରନ୍‌ରେ ବିଜୟୀ କରାଇଥିଲେ । ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୭ ଓଭର୍‌ରେ ୧୨୭ ରନ୍‌ରେ ୩ ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ମୁମ୍ବାଇ ବୋଲର୍‌ମାନେ ଶେଷ ତିନି ଓଭର୍‌ରେ ୫୪ ରନ୍ ବ୍ୟୟ କରିଥିଲେ । ଏହି ଅବସରରେ ମୁମ୍ବାଇ ପକ୍ଷରୁ ୧୮ତମ ଓଭର୍‌ରେ କ୍ରିସ୍ ଜୋର୍ଡାନ୍ ୨୪, ୧୯ତମ ଓଭର୍‌ରେ ଜେସନ୍ ବେହରେନ୍‌ଡର୍ଫ ୧୫ ରନ୍ ଓ ୨୦ତମ ଓଭର୍‌ରେ ଆକାଶ ମଧୱାଲ୍ ୧୫ ରନ୍ ଦେଇଥିଲେ ।

ମ୍ୟାଚ୍ ପରେ ବଣ୍ଡ୍ କହିଛନ୍ତି, ସବୁଠୁ ନିରାଶଜନକ ବିଷୟ ହେଉଛି ଯେଉଁ ଯୋଜନା ସମ୍ପର୍କରେ ଆଲୋଚନା କରୁଛୁ ପଡ଼ିଆରେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ମାର୍କସ୍ ଷ୍ଟୋଇନିସ୍‌ଙ୍କ ବିରୋଧରେ ବୋଲିଂ ପାଇଁ କରାଯାଇଥିବା ଯୋଜନା ମୁତାବକ ବୋଲିଂ କରାଯାଇ ନଥିଲା । ବଣ୍ଡ୍ ଆହୁରି କହିଛନ୍ତି, ପ୍ରଥମ ୧୫ ଓଭର୍ ପର୍ଯ୍ୟନ୍ତ ବୋଲିଂ ଠିକ୍ ଥିଲା । ତାଙ୍କ ଇଚ୍ଛାନୁସାରେ ବୋଲିଂ କରିଥିଲେ । ମାତ୍ର ଜଣେ ଖେଳାଳି ସେମାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ।

ପୂର୍ବ ମ୍ୟାଚ୍‌ରେ ରଶିଦ୍ ଖାନ୍ ମଧ୍ୟ ସେମାନଙ୍କ ସହିତ ଏପରି କରିଥିଲେ । ସେ ମ୍ୟାଚ୍‌ରେ ଟିମ୍ ହାରିନଥିବା ବେଳେ ମଙ୍ଗଳବାରର ମ୍ୟାଚ୍ ହାରିଯାଇଥିଲା । ସେ କହିଛନ୍ତି, ଅନ୍ତିମ ୩ ଓଭର୍‌ରେ ୫୪ ରନ୍ ବ୍ୟୟ କରିବା କୌଣସି ପ୍ରକାରେ ଠିକ୍ ବୋଲି କୁହାଯିବ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ଲେଅଫ୍ ଖେଳିବା ପାଇଁ ଏବେ ପରବର୍ତ୍ତୀ ମ୍ୟାଚ୍ ଜିତିବାକୁ ହେବ । ଏହା ସହିତ ଅନ୍ୟ ଟିମ୍‌ଗୁଡ଼ିକର ସମୀକରଣ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking