ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନକୁ ମୁମ୍ବାଇକ ଏକ ଅଦାଲତ ୭ ଅକ୍ଟୋବର ଯାଏଁ ଏନସିବି ରିମାଣ୍ଡରେ ପଠାଇ ଦେଇଛନ୍ତି । ଏହାବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କର ବି ରିମାଣ୍ଡ ଅବଧି ବୃଦ୍ଧି କରାଯାଇଛି ଓ ସେମାନଙ୍କୁ ମଧ୍ୟ ୭ ଅକ୍ଟୋବର ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ଏବେ ରହିବାକୁ ପଡିବ ।
କୋର୍ଟରେ ଶୁଣାଣୀ ସମୟରେ ଏନସିବି ପକ୍ଷରୁ ଉପସ୍ଥାପନ ହୋଇଥିବା ଆଡିଶନାଲ ସଲିସିଷ୍ଟର ଜେନେରାଲ ଅନିଲ ସିଂହ କହିଛନ୍ତି, ଆର୍ୟାନ କାନଙ୍କ ହ୍ୱାଟସଆପ ଚାଟ୍ ରୁ ଜଣା ପଡିଛି ଯେ, ଡ୍ରଗ୍ସ ପାଇଁ ସେ କ୍ୟାସ ଟ୍ରାନାଜକ୍ସନ କରିଛନ୍ତି । ଚାଟ୍ ରୁ ଅନେକ ତଥ୍ୟ ମିଳିଛି, ଯାହାର ଯାଂଚ ଏବେ ବାକି ଅଛି । ହ୍ୱାଟସଆପରେ ଆର୍ୟାନ ଡ୍ରଗ୍ସ ପେଡଲର ସହିତ ଡ୍ରଗ୍ସ କଥା କୋର୍ଡ ଭାଷାରେ କରୁଥିଲେ । ଅନ୍ୟ ଅଭିଯୁକ୍ତ ବି ରାକେଟ ଭାବରେ କାମ କରୁଥିଲେ । ଏହି ମାମଲାରେ ୫ ଜଣଙ୍କ ତଦନ୍ତ ଚାଲିଛି । ଏହାଛଡା ୮ ଜଣଙ୍କୁ ରିମାଣ୍ଡରେ ନିଆଯାଇଛି ।