18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମୁମ୍ବାଇ ବୋଟ୍‌ ଦୁର୍ଘଟଣା: ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ

ମୁମ୍ବାଇ ବୋଟ୍‌ ଦୁର୍ଘଟଣା: ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ

ମୁମ୍ବାଇ:ଗତକାଲି ଅପରାହ୍‌ଣ ୪ଟାରେ ଏଲିଫେଣ୍ଟା ଗୁମ୍ଫା ନିକଟ ଦ୍ବୀପ ଠାରେ ଯାତ୍ରୀବାହୀ ବୋଟ୍ ଓ ନୌସେନାର ସ୍ପିଡ୍‌ବୋଟ୍‌ର ଧକ୍କା ଓ ପରବର୍ତ୍ତୀ ବିପର‌୍ୟ୍ୟୟର ଇତିମଧ୍ୟରେ ୨୪ ଘଣ୍ଟା ଅତିବାହିତ। କିନ୍ତୁ ଅଦ୍ୟାବଧି ନିଖୋଜ ଥିବା ଜଣେ ୭ ବର୍ଷର ବାଳକ ସମେତ ଦୁଇଜଣଙ୍କ ପତ୍ତା ମିଳୁନାହିଁ। ଅପରପକ୍ଷରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଗତକାଲିର ଦୁର୍ଘଟଣାରେ ସ୍ପଟ୍ ବୋଡ୍‌ର ୬ ନୌସେନା କର୍ମଚାରୀଙ୍କ ସମେତ ଯାତ୍ରୀବାହୀ ବୋଟ୍‌ର ମୋଟ ୧୧୩ ଯାତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁଘଟିଥିଲା। ୨ ଆହତଙ୍କ ସହ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି। ନୌସେନା ମୁଖ୍ୟ ଆଡ୍‌ମିରାଲ୍ ଦିନେଶ କେ ତ୍ରିପାଠୀ ଆଜି ମୃତ ନୌସେନା କର୍ମଚାରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking