ଭୁବନେଶ୍ୱର: କଟକ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଚାଷ ଜମିର କ୍ଷୟକ୍ଷତି ଆକଳନ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପରେ ବିଜେଡି ନେତାଙ୍କ ପ୍ରତିକ୍ରିୟା ରହିଛି । କହିଛନ୍ତି ଚାଷୀଙ୍କୁ ଉଚିତ କ୍ଷତିପୂରଣ ନମିଳିଲେ ଆନ୍ଦୋଳନ ହେବ । ବୀମା ଆବେଦନ ପାଇଁ ମାତ୍ର ୭୨ ଘଣ୍ଟା ସମୟ ଦିଆଯାଇଛି । ଏତେ କମ ସମୟ ମଧ୍ୟରେ ଚାଷୀ ଆବେଦନ କରିପାରିବେ ନାହିଁ । ୭୨ ଘଣ୍ଟା ଅବଧିକୁ ଆହୁରି ବୃଦ୍ଧି କରାଯାଉ । ଉଚିତ କ୍ଷତିପୂରଣ ନମିଳିଲେ ଆନ୍ଦୋଳନ କରିବ ବିଜେଡି ।