30.1 C
Bhubaneswar
Tuesday, May 26, 2026
Homeଓଡିଶାସୋଆ ଏବଂ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ସୋଆ ଏବଂ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ପ୍ରତିଭାର ବିକାଶକୁ ତ୍ୱରାନ୍ୱିତ କରିବା, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଏବଂ ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ମଧ୍ୟରେ ଏଠାରେ ଶୁକ୍ରବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଆର୍ଥିକ ସେବା, ଆଇଟି ଏବଂ ଆଇଟିଇଏସ୍ ସମ୍ପର୍କିତ ସେବା ପ୍ରଦାନ କରୁଥିବା କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ, ଜ୍ଞାନ ପ୍ରଦାନ ଏବଂ ନିଯୁକ୍ତ ସୃଷ୍ଟି କରିବା କ୍ଷେତ୍ରରେ କାର୍ଯ୍ୟ କରୁଛି। ୬୦ ମାସ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା ଓ ଦକ୍ଷତା ସୃ୍‌ଷ୍ଟି କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ସେମାନଙ୍କୁ ଇନ୍‌ଟର୍ଣ୍ଣସିପ୍ ଏବଂ ନିଯୁକ୍ତି ପୂର୍ବର ସୁଯୋଗ ସହିତ ଦକ୍ଷ ପ୍ରତିଭାମାନଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ପ୍ରଦାନ କରିବ। ଏଥି ସହିତ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ ଏବଂ ଶିଳ୍ପ-ଶିକ୍ଷା ମଧ୍ୟରେ ସହଭାଗିତା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଚିଫ୍ ପିପୁଲ ଅଫିସର ଶ୍ରୀ ସୁଜୟ ପୁଥ୍ରାନ୍‌ଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ସୋଆର ସ୍ପନ୍‌ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନ୍ସ (ଏସ୍‌ଆରଆଇସି)ର ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ, ସିନିୟର ମ୍ୟାନେଜର କର୍ପୋରେଟ ରିଲେସନ୍ସ ଶ୍ରୀ ଅଭିଷେକ ପଟ୍ଟନାୟକ ଓ ଫ୍ୟାକଲ୍ଟି ଇନ୍‌ଚାର୍ଜ ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ଡକ୍ଟର ମହମ୍ମଦ ଅବ୍‌ଦୁଲ ରଜାକ୍ ଉପସ୍ଥିତ ଥିଲେ। କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ପକ୍ଷରୁ ଚିଫ୍ ଟେକ୍ନିକାଲ ଅଫିସର ଶ୍ରୀ ଭେଙ୍କଟ ଗିରି ଭୋଙ୍କାୟାଲା ଏବଂ ଉପସଭାପତି ତଥା ଡାଟା ଆଣ୍ଡ ଆନାଲିଟିକ୍‌ସ-ଆଇଟିର ମୁଖ୍ୟ ଶ୍ରୀ ସୁବର୍ଣ୍ଣ ମିଶ୍ର ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking