29.1 C
Bhubaneswar
Tuesday, April 28, 2026
Homeଓଡିଶାଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଗ୍ରୀଡକୋ ଓ ଅଭାଡା ଗ୍ରୀନ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ...

ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଗ୍ରୀଡକୋ ଓ ଅଭାଡା ଗ୍ରୀନ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର:  ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ। ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ ହାଇଡ୍ରୋଜେନ୍ / ଆମୋନିଆର ଆବଶ୍ୟକ ରହିଛି । ଆଜି, ଗ୍ରୀଡକୋ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ୍ ଆକ୍ସେସ୍ ରେଗୁଲେସନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ ଏଚ ୨ ପ୍ରାଇଭେଟ ଲିମିଟେଡ଼ (Avada Green H2 Pvt Ltd) ସହିତ ୩୧.୧୨.୨୦୨୮ ରୁ ଆଗାମୀ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା, ଆମେ ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ୍/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ। ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା। ଜଳ ବ୍ୟତୀତ, ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଉତ୍ପାଦନ ପାଇଁ ନବୀକରଣୀୟ ଶକ୍ତି ହେଉଛି ମୁଖ୍ୟ ଉପାଦାନ। ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସମସ୍ତ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦେଉଛି । ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍ ଉତ୍ପାଦନ ଅସ୍ଥିର, ଆମେ ସବୁଜ ଶକ୍ତିର ବ୍ୟାଙ୍କିଂ ପାଇଁ ବ୍ୟବସ୍ଥା ସୃଷ୍ଟି କରିଛୁ, ଯାହା ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଡେଭଲପରମାନଙ୍କୁ ୨୪ ଘଣ୍ଟା ସବୁଜ ଶକ୍ତି ଯୋଗାଇବ । ଦେଶରେ ସବୁଜ ଶକ୍ତି ବ୍ୟାଙ୍କିଂ ପ୍ରଚଳନ କରୁଥିବା କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking